Below header

ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ସୁଯୋଗ, ଅଗଷ୍ଟ ୨୮ ପୂର୍ବରୁ କରିପାରିବେ ଆବେଦନ

ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ସୁଯୋଗ। ଉଚ୍ଚତମ ନ୍ୟାୟାଳୟରେ ବିଲ୍ଡିଂ ସୁପରଭାଇଜର ପଦ ପାଇଁ ଚାକିରି ବାହାରିଛି। ଏହି ପଦ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୨୮ ପୂର୍ବରୁ ଆବେଦନ କରିପାରିବେ। ଖାସ୍‌ କଥା ହେଉଛି ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ସୁପ୍ରିମକୋର୍ଟରେ ବିଲ୍ଡିଂ ସୁପରଭାଇଜର ପଦ ପାଇଁ ୮ଟି ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ମଗାଯାଇଛି। ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଏସ୍‌ସି, ଏସ୍‌ଟି ବର୍ଗ ପାଇଁ ବୟସ ସର୍ବାଧିକ ୫ ବର୍ଷ ଛାଡ଼ କରାଯାଇଛି। ସେହିପରି ଓବିସି ବର୍ଗ ପାଇଁ ୩ ବର୍ଷ ଛାଡ଼ କରାଯାଇଛି।

job

ଏହି ନିଯୁକ୍ତି ପାଇଁ ଦରମା ୭୨,୫୭୮ ଟଙ୍କା ରହିଛି। ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଉଭୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିବ। ଯେଉଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ସେମାନଙ୍କୁ ୨ ବର୍ଷ ଯାଏଁ ପ୍ରେବେସନ୍‌ରେ ରଖାଯିବ। ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଅଫିସ ବିଲ୍ଡିଂକୁ ରକ୍ଷଣବେକ୍ଷଣରେ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ। ଏଥିସହ ସାନିଟାଇଜେସନ୍‌ରେ ଡିପ୍ଲୋମା ଥିବା ମଧ୍ୟ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.