Below header

ଆଜି ଘୋଷଣା ହେବ ଆଇପିଏଲ୍‌ର ନୂଆ ସ୍ପନସରସିପ୍‌! ଦୌଡ଼ରୁ ପତଞ୍ଜଳି ବିଦା, ବାଜିମାରିପାରେ ଏହି ଭାରତୀୟ କମ୍ପାନୀ

କରୋନା ମହାମାରୀ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ ତମ ସଂସ୍କରଣ ୟୁଏଇରେ ଖେଳାଯିବ। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେତେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଚଳିତଥର ଚୀନୀ କମ୍ପାନୀ ଭିଭୋ ଆଇପିଏଲ୍‌ର ସ୍ପନସରସିପ୍‌ କରିବ ନାହିଁ। ଏଣୁ ବିସିସିଆଇ ଆଇପିଏଲ୍‌ର ନୂଆ ସ୍ପନସରର ଘୋଷଣା ଆଜି କରିବ।

ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ଆଇପିଏଲ୍‌ରେ ସ୍ପନସରସିପ୍‌ କରିବା ନେଇ ପ୍ରବଳ ଚର୍ଚ୍ଚା ହେଉଥିଲା। ମାତ୍ର ପତଞ୍ଜଳି ତରଫରୁ ଏହା ଖଣ୍ଡନ କରାଯାଇଛି। ପତଞ୍ଜଳି ତରଫରୁ କୁହାଯାଇଛି ଯେ ଯଦି କୌଣସି ଅନ୍ୟ ଭାରତୀୟ କମ୍ପାନୀ ଏହି ଦୌଡ଼ରେ ନଥାନ୍ତା ତେବେ ପତଞ୍ଜଳି ସ୍ପନସର କରିଥାନ୍ତା। ମାତ୍ର ଅନ୍ୟମାନେ ତାଲିକାରେ ଥିବାରୁ ସେ ଓହରିଯାଉଛି।

tata

ରିପୋର୍ଟ ମୁତାବକ ଟାଟା କମ୍ପାନୀ ପୂରା ଗମ୍ଭୀରତା ସହ ଆଇପିଏଲ୍‌ର ପ୍ରାୟୋଜକ ହେବାକୁ ଚେଷ୍ଟା ଚଳାଇଛି। ବୋର୍ଡ ତରଫରୁ ପୂର୍ବରୁ ଏହା ସ୍ପଷ୍ଟ କରାଯାଇଥିଲା ଯେ ସ୍ପନସରସିପ୍‌ ପାଇଁ କେବଳ ସେହି କମ୍ପାନୀ ଆଗକୁ ଆସନ୍ତୁ ଯାହାର ବାର୍ଷିକ ଟର୍ଣ୍ଣଓଭର ୩୦୦ କୋଟିରୁ ଅଧିକ ଥିବ। ଏଣୁ ଭାରତୀୟ କମ୍ପାନୀ ଭାବେ ଟାଟାକୁ ସ୍ପନସରସିପ୍‌ ମିଳିପାରେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.