Below header

ସାମ୍ନାକୁ ଆସିଲା ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର, ଫଟୋ ସେୟାର କରି ସୁପରଷ୍ଟାର ପ୍ରଭାସ ଦେଲେ ସୂଚନା

ସୁପରଷ୍ଟାର ପ୍ରଭାସ ନିଜ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରିବେ ପ୍ରଭାସ। ସୂଚନାଯୋଗ୍ୟ ଯେ ଓମ୍‌ ରାଉତ ଅଜୟ ଦେବଗନ୍‌ଙ୍କ ସୁପରହିଟ୍‌ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ। ପ୍ରଭାସ ଆଦିପୁରୁଷର ପୋଷ୍ଟର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ପୋଷ୍ଟର ସେୟାର କରି ପ୍ରଭାସ ଲେଖିଛନ୍ତି ‘ଅଧର୍ମ ଉପରେ ଧର୍ମକୁ ପାଳନ କରୁଛି’।

ଫିଲ୍ମରେ ପ୍ରଭାସ ଆଦିପୁରୁଷ ଭୂମିକାରେ ନଜର ଆସିପାରନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମରେ ପ୍ରଭାସଙ୍କ ଲୁକ୍‌ ସାମ୍ନାକୁ ଆସିନାହିଁ। ଫିଲ୍ମରେ ଭୂଷଣ କୁମାର ପ୍ରଯୋଜନା ଦେବେ। ଏହି ଫିଲ୍ମ ୨୦୨୨ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ରିଲିଜ ହେବ।

prabhas

ଏହା ବ୍ୟତୀତ ପ୍ରଭାସ ଦୀପିକା ପାଦୁକୋନ୍‌ଙ୍କ ସହ ମଧ୍ୟ ନଜର ଆସିବେ। ଦୀପିକା ଓ ପ୍ରଭାସ ବୈଜୟନ୍ତୀ ମୁଭିସ୍‌ ସହ କାମ କରିବେ। ତେବେ ଏବେ ଯାଏଁ ଏହି ଫିଲ୍ମର ନାଁ ଘୋଷଣା ହୋଇନାହିଁ। ଫ୍ୟାନ୍‌ ଉଭୟଙ୍କୁ ଏକାଠି ଦେଖିବାକୁ ବହୁତ ଉତ୍ସାହିତ ଥିବା ଜଣାଯାଇଛି। କୁହାଯାଉଛି ଯେ ଏହି ଫିଲ୍ମ ପାଇଁ ଦୀପିକା ୨୦ କୋଟି ଟଙ୍କା ଦାବି କରିଛନ୍ତି। ଏହା ପରେ ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏତେ ବଡ଼ ଅର୍ଥ ପାଇଥିବା ପ୍ରଥମ ଅଭିନେତ୍ରୀ ପାଲଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.