ଘଉଡେଇବା ବେଳେ କୂଅ ଭିତରେ ଗଳିପଡିଲେ ଗଜରାଜ

କରଞ୍ଜିଆ(କେନ୍ଯୁଜ୍): ଘଉଡେଇବା ବେଳେ କୂଅ ଭିତରେ ଗଳିପଡିଲେ ଗଜରାଜ। ଗତକାଲି ବିଳମ୍ବିତ ରାତି କରଞ୍ଜିଆ ରେଞ୍ଜ କେରକେରା ପଞ୍ଚାୟତ ଝାଟିଆଳି ଗାଁ ଗୋବରା ସାହିରେ ଏଭଳି ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାହିନିକଟ ଏକ ବିଲ ମଧ୍ୟରେ ଥିବା ପଥର କୂଅରେ ପଡିଯାଇଥିଲେ ଗଜରାଜ। ପରେ ଉଭୟ ଗ୍ରାମବାସୀ ଓ ବନବିଭାଗର ମିଳିତ ଉଦ୍ୟମରେ ଜେସିବି ସାହାଯ୍ୟରେ ହାତୀଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଯୋଗ୍ଯ ଗତ ଦୁଇ ମାସ ଧରି ୨୩ଟିକିଆ ହାତୀପଲ କରଞ୍ଜିଆ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ଯେଉଁଥି ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ହାନି ଘଟିସାରିଛି।

ଗତକାଲି ରାତି ମଧ୍ୟ ବ୍ୟାପକ ଫସଲ ହାନି ହୋଇଥିବାର ସୂଚନା ଦେଇଛନ୍ତି କରଞ୍ଜିଆ ରେଞ୍ଜର। ସେହିପରି ବର୍ତ୍ତମାନ ସମୁଦାୟ ୨୩ ଟିକିଆ ହାତୀପଲ କରଞ୍ଜିଆ ରେଞ୍ଜ ନୂଆଗାଁ ସଂଗ୍ରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.