ପିଲାମାନେ ପଢ଼ିବା ବେଳେ ବହୁତ ଦୁଷ୍ଟାମୀ କରିଥାନ୍ତି, ଯାହା ତାଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜେ। ବେଳେବେଳେ ପଢ଼ିବା ବେଳେ ପିଲାମାନେ ଡରିଥାନ୍ତି, ଯାହାକୁ ଅଭିଭାବକ ଭାବନ୍ତି ଯେ ସେ ବାହାନା କରୁଛି। ମାତ୍ର ପ୍ରକୃତରେ ତାହା ବାହାନା ନୁହେଁ ବରଂ ସତ। ଯଦି ଆପଣଙ୍କ ପିଲା ବି ପଢ଼ିବା ବେଳେ ଭୟ କରୁଛି ଓ ପଢ଼ାରେ ମନ ଦେଇପାରୁନାହିଁ। ତେବେ ତା’ର ଭୟ ନିଶ୍ଚୟ ଦୂର କରନ୍ତୁ।
ପିଲାର ଭୟ ଦୂର କରିବା ପାଇଁ ପଢ଼ା ରୁମ୍ର ଦକ୍ଷିଣ ଦିଗରେ ଏକ ଲାଲ୍ ରଙ୍ଗର କ୍ୟାଣ୍ଡେଲ ଜଳାନ୍ତୁ। ଯେତେବେଳ ଯାଏଁ ପିଲା ପଢ଼ୁଛି ସେତେବେଳ ଯାଏଁ କ୍ୟାଣ୍ଡେଲକୁ ଜଳିବାକୁ ଦିଅନ୍ତୁ। ବାସ୍ତୁ ଅନୁସାରେ ଏଭଳି କରିବା ଦ୍ୱାରା ଛୁଆର ଭୟ ଦୂର ହେବ ଓ ପଢ଼ାରେ ମନ ଦେଇ ପାରିବ।
ବାସ୍ତୁବିତ୍ଙ୍କ ମତରେ ଦକ୍ଷିଣ ଦିଗର ଦେବତା ହେଉଛନ୍ତି ଅଗ୍ନି। ଅଗ୍ନିଙ୍କ ସମ୍ପର୍କ ଲାଲ୍ ରଙ୍ଗ ସହ ରହିଛି। ଏଣୁ ଦକ୍ଷିଣ ଦିଗରେ ଲାଲ ରଙ୍ଗର ମହମବତୀ ଜଳାନ୍ତୁ। ଏହାଦ୍ୱାରା ପିଲାମାନେ ଭୟ କରିବେ ନାହିଁ। ଯଦି ଅନ୍ୟ ଦିଗରେ କ୍ୟାଣ୍ଡେଲ ଜଳାଇବାକୁ ଚାହୁଁଛନ୍ତି ତେବେ ଠିକ୍ ରଙ୍ଗର ଜଳାନ୍ତୁ।