Below header

କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ମମତା ଭୁଏ ଜାତୀୟ ଯୋଗାସନ ଚାମ୍ପିଅନସିପରେ ଜିତିଲେ ସ୍ୱର୍ଣ୍ଣ ପଦକ

କେନ୍ୟୁଜ୍ (ବ୍ୟୁରୋ) : କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ମମତା ଭୁଏଙ୍କୁ ସ୍ୱର୍ଣ୍ଣ ପଦକ । ଜାତୀୟ ଯୋଗାସନ ଚାମ୍ପିଅନସିପରେ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅଣ୍ଡର-୩୦ ବାଳିକା ବିଭାଗରେ ମମତା ଭୁଏ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ସଫଳତା ପାଇଁ କିଟ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଯୋଗ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ଏହି ଚାମ୍ପିଅନସିପ୍‌ ଆୟୋଜିତ ହୋଇଥିଲା । ଭାରତର ଆୟୁଷ ମନ୍ତ୍ରାଳୟ ଅଧିନରେ ଯୋଗ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ଆୟୋଜିତ ହୋଇଥିଲା ଏହି ଭର୍ଚୁଆଲ୍‌ ଚମ୍ପିଅନସିପ୍‌ । ଓଡ଼ିଶାର ୨୫ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ବାଳକ ଓ ୭ ବାଳିକା ଫାଇନାଲରେ ପ୍ରବେଶ କରିଥିଲେ । ଏହି ସୂଚନା ଦେଇଛନ୍ତି ଓଡ଼ିଶା ଯୋଗ ଆସୋସିଏସନ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ । ଏହି ଚାମ୍ପିଅନସିପରେ ଓଡ଼ିଶା ପ୍ରଥମ ଥର ପାଇଁ ଭାଗ ନେଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.