୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା ଦେଲା ଏସବିଆଇ, ଜାଣନ୍ତୁ କାହିଁକି

ଯଦି ଆପଣ ବି ଜଣେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିୟାର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିୟା । ଭାରତରେ ଖୁବ ତୀବ୍ର ଗତିରେ ବ୍ୟାଙ୍କିଙ୍କ ଫ୍ରଡ ବଢ଼ୁଥିବାରୁ ବ୍ୟାଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସତର୍କ ସୂଚନା ଗ୍ରାହକଙ୍କୁ ଟ୍ୱିଟ ଜରିଆରେ ହିଁ ଦିଆଯାଇଛି । କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ବ୍ୟାଙ୍କ କାରବାରକୁ ନେଇ ଅନେକ ଫର୍ଜି ପୋଷ୍ଟ ସେୟାର କରାଯାଉଛି । ଏହି ସବୁ ଠାରୁ ଦୁରେଇ ରହିବା ପାଇଁ ଓ ଏମାନଙ୍କ ଫାସରେ ନ ପଡିବା ପାଇଁ ବ୍ୟାଙ୍କ ପକ୍ଷରୁ ସତର୍କ କରାଯାଇଛି । ଏହା ସହ ଆପଣଙ୍କ ନିକଟକୁ ଆସୁଥିବା ଫର୍ଜି ଇମେଲ ଗୁଡିକୁ ନ ଖୋଲିବା ପାଇଁ ମଧ୍ୟ କୁହାଯାଇଛି । ବ୍ୟାଙ୍କ କେବେ ମଧ୍ୟ ମେସେଜ କିମ୍ବା ଇମେଲ ମାଧ୍ୟମରେ ଗ୍ରାହକଙ୍କୁ ନିଜ ଆକାଉଣ୍ଟ ନମ୍ବର ମାଗି ନଥାଏ । ଆଉ ନିଜ ସମ୍ବନ୍ଧୀୟ ଜରୁରୀ ସୂଚନା ଅନଲାଇନ ମାଧ୍ୟମରେ ସେୟାର କରିବା ପାଇଁ ବାରଣ କରାଯାଇଛି ।

ଅନଲାଇନ ବ୍ୟାଙ୍କିଙ୍ଗ ପାଇଁ କେବଳ ଅଫିସିଆଲ ୱେବସାଇଟର ହିଁ ବ୍ୟବହାର କରିବା ଉଚିତ । ବ୍ୟାଙ୍କିଙ୍ଗ ଫ୍ରଡକୁ ନେଇଏସବିଆଇ ଅଧିକାଂଶ ସମୟରେ ନିଜ ଗ୍ରାହକ ମାନଙ୍କୁ ସତର୍କ ସୂଚନା ମାନ ଦେଇଥାଏ । ଟ୍ୱିଟର ଜରିଆରେ ଆପଣ ଏସବିଆଇ @TheOfficialSBI କୁ ଯାଇ ଫଲୋ କରିପାରିବେ । ଯାହା ଦ୍ୱାରା ବ୍ୟାଙ୍କକୁ ନେଇ ବିଭିନ୍ନ ସୂଚନା ବାବଦରେ ଆପଣଙ୍କୁ ଅପଡେଟ ତଥ୍ୟ ମିଳିପାରିବ । କୌଣସି ପ୍ରକାର ସାଇବର ଆଟାକ ପାଇଁ ଫିସିଙ୍ଗ ଆଟାକ ହେଉଛି ସବୁଠୁ ପୁରୁଣା ଓ ସହଜ ମାଧ୍ୟମ । ଏହା ଜରିଆରେ ଜଣଙ୍କ ଇମେଲ ଆଇଡ଼ିକୁ ଅତି ସହଜରେ ହ୍ୟାକ କରାଯାଇ ପାରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.