ଗପ ହେଲା ସତ, ଶୋଷ ମେଣ୍ଟାଇବା ପାଇଁ କାଉ ଏମିତି ଯୁଗାଡ କଲା ଯେ ଆପଣ ବି ଦେଖି ହେବେ ଆଶ୍ଚର୍ଯ୍ୟ

ଆପଣ ପିଲାଦିନେ ଶୋଷିଲା କାଉ ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ ନିଶ୍ଚୟ। କିନ୍ତୁ କଣ ଆପଣ ଏହି ଦୃଶ୍ୟ ସତରେ କେବେ ଦେଖିଛନ୍ତି। ଆପଣଙ୍କୁ ଲାଗୁଛି ଇତିହାସ ଆପେ ଆପେ ପୁର୍ନବାର ଦୋହରାଇବ? କାହିଁକିନା ଏବେ ଏକ ଶୋଷିଲା କାଉର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଯାହା ଲାଗୁଛି ଆମେ ପଢ଼ିଥିବା ଏବଂ ଶୁଣିଥିବା ଗପ ବାସ୍ତବ ଜୀବନରେ ସତ ହୋଇଛି।

crowwଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ କାଉ ବୋତଲ ଭିତରେ ପଥର ପକାଉଛି ଆଉ ଟିକେ ଟିକେ କରି ପାଣି ପିଇ ନିଜ ଶୋଷ ମେଣ୍ଟାଉଛି। ଏହି ଭାଇରାଲ କାଉଟି ସେହି ପୁରୁଣା କଥାକୁ ସତ ପ୍ରମାଣିତ କରି ଦେଖାଇଛି, ଯାହାକୁ ପ୍ରାୟ ସମସ୍ତେ ପିଲାଦିନେ କେବେ ନା କେବେ ନିଶ୍ଚୟ ପଢ଼ିଥିବେ କିମ୍ବା ଶୁଣିଥିବେ।

viralllଏହି ମଜାଦାର ଭିଡିଓକୁ ଆଇଏଫଏସ ଅଫିସର ପରବିନ୍‌ କାସଓ୍ଵାନ ସେୟାର କରିଛନ୍ତି। ଏହି ଭିଡିଓ ସେୟାର ହେବାର କିଛି ସମୟ ଭିତରେ ଏହା ଖୁବ୍‌ ଭାଇରାଲ ହେଉଛି ଏବଂ ଏହାକୁ ପ୍ରାୟ ୭ ଲକ୍ଷରୁ ଅଧିକ ଜଣ ଲୋକ ଦେଖିସାରିଲେଣି। ଏହାସହିତ ଏହି ଭିଡିଓକୁ ଦେଖି ନିଜ ନିଜ ରିଆକସନ୍‌ ଦେଉଛନ୍ତି ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.