Below header

ନକଲି ଔଷଧ ଜବତ ଘଟଣା, କିଙ୍ଗପିନ୍‌ ଶିବ ଜେନାଙ୍କ କମ୍ପାନୀ ଲାଇସେନ୍ସ ବାତିଲ୍‌

କଟକ(କେନ୍ଯୁଜ୍): କଟକରୁ ନକଲି ଔଷଧ ମିଳିବା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ନକଲି ଔଷଧ କାରବାରର ଗୁମର ଫିଟାଇବା ପାଇଁ ରାଜ୍ୟ ଭେଷଜ ନିୟନ୍ତ୍ରଣ କାର୍ଯ୍ୟାଳୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କ ଦ୍ୱାରା ପରିଚାଳିତ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଡ୍‌ ଲିମିଟେଡ୍‌ ସଂସ୍ଥାର ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରିଦିଆଯାଇଛି । ଏଥିସହ ଶିବଙ୍କ ସହ ବ୍ୟବସାୟ କରୁଥିବା ସିଡିଏ ଅଞ୍ଚଳର ସ୍ୱାଗତ ଏଜେନ୍ସି ଓ ଭୁବନେଶ୍ୱରର ସ୍ୱାଇଁ ଆସୋସିଏଟ୍‌ ଭଳି ୨ସୁପର ଷ୍ଟକିଷ୍ଟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ସଂସ୍ଥା ସହିତ କୌଣସି ପ୍ରକାର ବ୍ୟବସାୟିକ ସମ୍ପର୍କ ନରଖିବା ଲାଗି ଔଷଧ ବ୍ୟବସାୟୀ ମହାସଙ୍ଘକୁ ଚିଠି କରିଛି ରାଜ୍ୟ ଭେଷଜ ନିୟନ୍ତ୍ରଣ କାର୍ଯ୍ୟାଳୟ । ଏପଟେ ଓଡ଼ିଶା ବଜାରରେ ବ୍ୟବସାୟ କରୁଥିବା ୧୫୦ ଔଷଧ କମ୍ପାନିକୁ ଅନାଲିଟିକାଲ ରିପୋର୍ଟ ପ୍ରଦାନ କରିବା ଲାଗି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ଗତ ୧୯ ତାରିଖରେ ନୋଟିସ୍‌ ଦିଆଯାଇଥିଲା । ଅବଧି ଶେଷ ହୋଇଥିଲେ ମଧ୍ୟ ମାତ୍ର ୧୫ଟି କମ୍ପାନି ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.