ଜିବି ହ୍ୱାଟ୍ସଆପ୍ କଣ, ଜାଣନ୍ତୁ ଏହା କେତେ ସୁରକ୍ଷିତ?

ପ୍ରତ୍ୟେକ ବ୍ୟକ୍ତି ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ଏହାକୁ ଜୀବନର ଏକ ଅଂଶ କହିବା ଭୁଲ ହେବନି । ସେହିପରି ୟୁଜର୍ସଙ୍କ ସୁବିଧା ପାଇଁ କମ୍ପାନୀ ନିୟମିତ ନୂଆ ନୂଆ ଭର୍ସନ ଲଞ୍ଚ କରିଥାଏ । ସେହିଅନୁଯାୟୀ ଏବେ ଜିବି ହ୍ୱାଟ୍ସଆପ୍ ର ଖୁବ୍ ଚାହିଦା ରହିଛି । ଏହାକୁ ହ୍ୱାଟ୍ସଆପ୍ ର ନୂତନ ଅପଡେଟ ରୂପେ ପ୍ରସାରିତ କରାଯାଉଛି । କିନ୍ତୁ ଏହା ହ୍ୱାଟ୍ସଆପ୍ ନୂତନ ଭର୍ସନ ନୁହେଁ । ଏହା ସମ୍ପୂର୍ଣ୍ଣ ଏକ ଅଲଗା ଆପ୍ । ଏହାକୁ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ ।

ଜିବି ହ୍ୱାଟ୍ସଆପ୍ । ଏହା ହ୍ୱାଟ୍ସଆପ୍ ର ହିଁ କ୍ଲୋନ ଆପ୍ । ସିଧା କଥାରେ କହିବାକୁ ଗଲେ ଜିବି ହ୍ୱାଟ୍ସଆପ୍ ଥାର୍ଡ ପାର୍ଟି ଡେଭଲପର୍ସକୁ ହ୍ୱାଟ୍ସଆପ ଭଳି ଏକ କଷ୍ଟମାଇଜ କ୍ଲୋନ ଆପ ବନେଇବା ପାଇଁ ଅନୁମତି ଦେଇଥାଏ । ଅର୍ଥାତ ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଅବିକଳ ହ୍ୱାଟ୍ସଆପ ଭଳି ମେସେଜିଙ୍ଗ ଆପ ଉପଲବ୍ଧ କରିଥାଏ । ଯେଉଁଥିରେ ମେସେଜ, ଭଡିଓ ଏବଂ ଅଡିଓ କଲ କରାଯାଇ ପାରିବ । ଏହାସହିତ ଜିବି ହ୍ୱାଟ୍ସଆପରେ ୟୁଜର୍ସଙ୍କୁ ଖାସ୍ ଫିଚର୍ସ ମଧ୍ୟ ମିଳିଥାଏ । ଏହାଦ୍ୱାରା ୟୁଜର୍ସଙ୍କୁ ହ୍ୱାଟ୍ସଆପ ଚଳାଇବାରେ ସହଜ ହୋଇଥାଏ । କିନ୍ତୁ ଏହି ସୁବିଧା ବେଳେ ଅସୁବିଧାରେ ମଧ୍ୟ ପକାଇପାରେ । ଆଜ୍ଞା ହଁ ଜିବି ହ୍ୱାଟ୍ସଆପ୍ ର ବ୍ୟବହାର ବିପଦଜନକ ହୋଇପାରେ ।

GBWhatsApp

ଆପଣଙ୍କ ସ୍ମାର୍ଟଫୋନରେ ଥିବା ତଥ୍ୟ ଚୋରୀ କରିପାରେ ଜିବି ହ୍ୱାଟ୍ସଆପ୍ । ଏହାସହିତ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଅରିଜିନାଲ ହ୍ୱାଟ୍ସଆପ ଆକାଉଣ୍ଟ ବ୍ଲକ ହୋଇ ଯାଇପାରେ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଜିବି ହ୍ୱାଟ୍ସଆପ୍ ଆପ୍ ଉପଲବ୍ଧ ନାହିଁ । ଏହାକୁ ଅଫିସିଆଲ୍ ୱେବସାଇଟ୍ କିମ୍ବା ଅନ୍ଲାଇନ୍ ପୋର୍ଟାଲରୁ ଆପ୍କ ଫାଇଲ୍ ମାଧ୍ୟମରେ ଡାଉନଲୋଡ୍ କରାଯାଇପାରିବ । ଏପରି ପରିସ୍ଥିତିରେ, ଏହି ଆପ୍ ବ୍ୟବହାର ନକରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.