କରୋନାର ଗମ୍ଭୀର ଲକ୍ଷଣ, ମଳରେ ରକ୍ତ ପଡ଼ିବା ସହ ପେଟରେ ହେଉଛି ଅସହ୍ୟ ଯନ୍ତ୍ରଣା

ସମୟ ସହିତ କରୋନା ଭାଇରସ ଯେତେ ନିଜର ରୂପ ବଦଳାଉଛି, ମହାମାରୀକୁ ନେଇ ସେତେ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ କରୋନା ରୋଗୀଙ୍କ ଠାରେ ଭୟଙ୍କର ଲକ୍ଷଣ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କ ଠାରେ ସାଇଟୋମେଗାଲୋଭାଇରସ (Cytomegalovirus-CVM) ଅର୍ଥାତ ମଳରେ ରକ୍ତ ପଡିବା ଲକ୍ଷଣ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ସାଇଟୋମେଗାଲୋଭାଇରସ ୫ ଟି ମାମଲା ଚିହ୍ନଟ ହୋଇଛି । କରୋନାର ଦ୍ୱିତୀୟ ଲହର ବେଳେ ଆକ୍ରାନ୍ତଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇଥିଲା ।

ସୂଚନା ଅନୁଯାୟୀ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଇନଷ୍ଟିଚ୍ୟୁଟ ଅଫ ଲିଭର ଗ୍ୟାଷ୍ଟ୍ରୋଏଣଟ୍ରୋଲୋଜୀ ଆଣ୍ଡ ପାନକ୍ରିୟାଟି କୋବେଲେରୀ ସାଇନ୍ସ ଅନୁଯାୟୀ ଗତ ୪୫ ଦିନରେ ୫ ରୋଗୀ ପେଟଯନ୍ତ୍ରଣା ଓ ମଳରେ ରକ୍ତ ପଡିବା ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଲକ୍ଷଣ ରୋଗୀଙ୍କ ଠାରେ କରୋନା ସଂକ୍ରମଣର ୨୦ ରୁ ୩୦ ଦିନ ପରେ ଦେଖିବାକୁ ମିଳିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ଦେଶରେ ଆକ୍ରାନ୍ତଙ୍କ ଠାରେ ଏଭଳି ଲକ୍ଷଣ ଦେଖାଦେବାର ଏହା ପ୍ରଥମ ଘଟଣା । ଏହାକୁ ନେଇ ଅଧିକ ଅନୁଧ୍ୟାନ ଓ ବିଶ୍ଳେଷଣ କରାଯାଉଛି । କରୋନା ଲକ୍ଷଣକୁ ଶୀଘ୍ର ଠାବ କରି ଚିକିତ୍ସା କରିବା ଉପରେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ଅନ୍ୟ ପଟେ ଡାକ୍ତରଙ୍କ କହିବା ଅନୁଯାୟୀ କୋଭିଡ ସଂକ୍ରମଣ ଏବଂ ଏହାର ଚିକିତ୍ସାରେ ବ୍ୟବହୃତ ଔଷଧ, ବିଶେଷତଃ ଷ୍ଟେରଏଡ, ରୋଗୀର ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିଥାଏ । ରୋଗୀଙ୍କୁ ଅସାଧାରଣ ସଂକ୍ରମଣରେ ସଂକ୍ରମିତ କରିଥାଏ । ଏହିପରି ସଂକ୍ରମଣ ମଧ୍ୟରୁ ଗୋଟିଏ ହେଉଛି ସାଇଟୋମେଗାଲୋ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.