Below header

ବଲାଙ୍ଗିର: ସହର ସିନା ସଟଡାଉନ କିନ୍ତୁ ଭୋକତ ବୁଝୁନି ନା, ବିଭିନ୍ନ ଛକରେ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କଲେ କିସର କର୍ମଚାରୀ

କେନ୍ୟୁଜ୍(ବ୍ୟୁରୋ):  କିସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ସହରରେ ରନ୍ଧା ଖାଦ୍ୟ ବଣ୍ଟନ । ସହରର ସୁଦପଡା, ରେଳ ଷ୍ଟେସନ ସମେତ ବିଭିନ୍ନ ଛକରେ ବୁଲି ବୁଲି ଖାଦ୍ୟ ବଣ୍ଟନ କରିଥିଲେ କିସର କର୍ମଚାରୀ । ସଟଡାଉନ ପାଇଁ ଲୋକ କାମ ଧନ୍ଦାର ଅଭାବ ସହ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ବଲାଙ୍ଗୀର ସହରର କିଛି ବସ୍ତିରେ ରନ୍ଧଖାଦ୍ୟ ବଣ୍ଟନ କରିଛି କିସ ଫାଉଣ୍ଡେସନ ।

kiss2

କିଟ କିସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ସଟଡାଉନ ସମୟରେ ପ୍ରତିଦିନ ରନ୍ଧଖାଦ୍ୟ ବଣ୍ଟନ କରାଯିବ । ଏହି ସମୟରେ କେହି ଯେପରି ଉପବାସରେ ନ ରହିବେ ଏନେଇ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.