କରୋନା ବାପାକୁ ଛଡାଇ ନେଲା, ୪ ଦିନ ପରେ ମାଆର ମୃତ୍ୟୁ, ଗରିବ ଝିଅ PPE କିଟ ପିନ୍ଧି ଏକୁଟିଆ ମାଆର ମୃତଦେହକୁ ପୋତିଲା

କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଗଲାଣି। ଲୋକେ ଅତି ମୁସ୍କିଲ ପରିସ୍ଥିତିରେ ନିଜ ଲୋକଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଏବେ ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ।

କୁହାଯାଉଛି, ଏହି ଫଟୋ ବିହାରର ଅରରିୟା ଜିଲ୍ଲାର। ଏଠାରେ ଜଣେ ଝିଅ ପଇସା ଅଭାବରୁ ନିଜ ମୃତ ମାଆର ମରଶରୀରକୁ ଏକୁଟିଆ ହିଁ ପୋତି ଦେଇଛି। ଝିଅଟିର ଦୁଃଖ ଏତେ ଯେ ତାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବନି। ନିଜ ମାଆର ମୃତ୍ୟୁର ୪ ଦିନ ପୂର୍ବରୁ ହିଁ ବାପାଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ମାଆର ଅନ୍ତିମ ସଂସ୍କାର ପାଇଁ ଝିଅଟି ପାଖରେ ପଇସା ନ ଥିଲା। ଫଳରେ ସେ ମାଆର ମୃତଦେହକୁ ପୋତି ଦେବାକୁ ନିଷ୍ପତ୍ତି ନେଇଥିଲା ଏବଂ ତାହା ମଧ୍ୟ କରିଥିଲା।

ଏହି ଭାଇରଲ ଫଟୋରେ ଝିଅଟି ପିପିଇ କିଟ ପିନ୍ଧି ମାଆର ମୃତଦେହକୁ ପୋତୁଥିବା ଦେଖିବାକୁ ମିଳୁଛି। ମୃତଦେହ ପାଖରେ ଝିଅଟି ଏକୁଟିଆ ଥିଲା। କେହି ତାକୁ ସାଥ ଦେବାକୁ ବି ଆସି ନ ଥିଲେ। ଲୋକେ ଏହି ଫଟୋକୁ ଦେଖି ଭାବୁକ ହୋଇ ପଡୁଛନ୍ତି। କମେଣ୍ଟ କରି ନିଜ ନିଜର ଭାବନା ବ୍ୟକ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.