ଦେଶରେ କୋଭିଡ୍‌ ମୃତ୍ୟୁର ଆଉ ଏକ ଭୟଙ୍କର ଚିତ୍ର, ଗଙ୍ଗାନଦୀରେ ଭାସୁଛି ୪୦ରୁ ୫୦ ମୃତଦେହ

କେନ୍ୟୁଜ୍(ବ୍ୟୁରୋ):  ଦେଶରେ କୋଭିଡ୍‌ ମୃତ୍ୟୁର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ । ମୃତ ଦେହକୁ ନଦୀରେ ଭସାଇ ଦିଆଯାଉଛି । ବିହାର ବକ୍ସର ଜିଲ୍ଲାରେ ଗଙ୍ଗାନଦୀରେ ୪୦ ରୁ ୪୫ ମୃତଦେହ ଭାସୁଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ଚୌସା ମହାଦେବ ଘାଟରେ ମୃତଦେହ ଭାସୁଥିବା ଦେଖି ଲୋକେ ଭୟଭିତ ହୋଇପଡ଼ିଥିଲେ । ୫ ରୁ ୭ ଦିନ ପୂର୍ବରୁ ମୃତଦେହ ଗୁଡ଼ିକ ନଦୀରେ ଫିଙ୍ଗା ଯାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ମୃତଦେହ ଗୁଡ଼ିକ ଉତ୍ତର ପ୍ରଦେଶରୁ ଭାସି ଆସିଥିବା ଅନୁମାନ କରାଯାଉଛି । ଉତ୍ତର ପ୍ରଦେଶର କେଉଁ ସହରରୁ ମୃତଦେହ ଭସାଯାଇଛି ତାର ତଦନ୍ତ କରିବେ ବିହାର ସରକାର।

ତେବେ ମୃତଦେହ ଗୁଡ଼ିକୁ ନଦୀ ଘାଟରେ ପୋତି ଦିଆଯାଇଛି । ସଂକ୍ରମଣ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନା ଏତେ ଜୀବନ ନେଉଛି ଯେ ଦାହ ସଂସ୍କାର ପାଇଁ ଶ୍ମଶାନରେ ଜାଗା ନିଅଣ୍ଟ ପଡ଼ିଛି । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ଅନ୍ତିମ ସଂସ୍କାର ପାଇଁ ପାଳି ପଡ଼ୁନି। ସେଥିପାଇଁ ମୃତଦେହକୁ ଲୋକେ ଭସାଇ ଦେଉଛନ୍ତି । ଦୁଇ ଦିନ ତଳେ ଏଭଳି ଦୃଶ୍ୟ ଉତ୍ତର ପ୍ରଦେଶ ହମିରପୁରରେ ଦେଖିବାକୁ ମିଳିଥିଲା। ଯମୁନା ନଦୀରେ କିଛି ମୃତଦେହ ଭାସୁଥିଲା । ଖବର ପାଇବା ପରେ ନଦୀଘାଟରେ ପହଞ୍ଚିଥିଲା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.