ଢେଙ୍କାନାଳ: ମାନବିକତା ଦେଖାଇଲେ ତହସିଲଦାର, କରୋନାରେ ମୃତକଙ୍କ ଅନ୍ତିମସତ୍କାର ପାଇଁ ଆଗେଇ ଆସିଲେ

ଢେଙ୍କାନାଳ(କେନ୍ୟୁଜ୍): ମୃତଦେହ ଉଠାଇଲେ ତହସିଲଦାର। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିବା ପରେ ଅନ୍ତିମସତ୍କାର ପାଇଁ ଆଗେଇ ଆସିଲେ ତହସିଲଦାର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣନ୍ଦା ପାଟଣା ଗାଁରୁୁ ଆସିଛି ଏଭଳି ଦୃଶ୍ୟ। ନିରଞ୍ଜନ ବେହେରା ଦୁଇଦିନ ତଳେ ଭୁବନେଶ୍ୱରରୁ ଗାଁକୁ ଯାଇଥିଲେ। କିଛି ଦିନ ତଳେ ସେ ଜ୍ୱରରେ ପୀଡ଼ିତ ହୋଇ କରୋନା ଚିହ୍ନଟ ହୋଇଥିଲେ।

ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ କରୋନାରେ ଆକ୍ରାନ୍ତ ଅଛନ୍ତି। ଦୀର୍ଘ ସମୟ ଧରି ତାଙ୍କ ମୃତଦେହ ଘରେ ପଡିରହିଥିଲା। ଶବଦାହ ପାଇଁ ଗ୍ରାମବାସୀ ଆଗେଇ ଆସିବା ସହ ପ୍ରଶାସନକୁ ଜଣାଇଥିଲେ। ଭୁବନ ତହସିଲଦାର ପ୍ରଭାତ ବେହୁରା ଓ କିଛି ସ୍ଥାନୀୟ ଲୋକ ପିପିଇ କିଟ ପିନ୍ଧି କରୋନା କଟକଣାରେ ମୃତଦେହ ଦାହ କରିଥିଲେ। ତହସିଲଦାରଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.