ବିଗ ବସର ପୂର୍ବ ପ୍ରତିଯୋଗୀ ‘ହିନ୍ଦୁସ୍ତାନୀ ଭାଉ’ କର୍ଫ୍ୟୁରେ ଯାତ୍ରା ପାଇଁ ଆମ୍ବୁଲାନ୍ସ କରିଥିଲେ ବ୍ୟବହାର, ପୋଲିସ ପହଞ୍ଚି କରିନେଲା ଗିରଫ

‘ହିନ୍ଦୁସ୍ତାନୀ ଭାଉ’ ନାଁରେ ଜଣାଶୁଣା ବିଗ ବସର ପୂର୍ବ ପ୍ରତିଯୋଗୀ ବିକାଶ ପାଠକଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ନେଇଛି। ଭାଉଙ୍କ ଏକ ଭିଡିଓ ବି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ପୋଲିସ ତାଙ୍କୁ ଗିରଫ କରି ନେଉଥିବା ଦେଖିବାକୁ ମିଳୁଛି।

ସୂଚନାଥାଉ କି, ହିନ୍ଦୁସ୍ତାନୀ ଭାଉ ଦୀର୍ଘ ଦିନ ହେବ ଦ୍ୱାଦଶ ପରୀକ୍ଷା ରଦ୍ଦ କରିବାକୁ ଦାବି କରି ଆସୁଛନ୍ତି। ଏହି ଦାବି ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ସେ ସୋମବାର ଏକ ଆମ୍ବୁଲାନ୍ସରେ ମୁମ୍ବାଇର ଶିବାଜୀ ପାର୍କରେ ପହଞ୍ଚିଥିଲେ। ସେଠାରେ କୋଭିଡ ନିୟମ ଉଲ୍ଲଂଘନ କରି ଥିବାରୁ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା।

କହି ରଖୁଛୁ, ଭାଉ ଦ୍ୱାଦଶ ପରୀକ୍ଷା ରଦ୍ଦ ସହିତ ପିଲାଙ୍କ ସ୍କୁଲ ଫି’ ଛାଡ଼ କରିବାକୁ ବି ଦାବି କରି ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.