Below header

ଫନିକୁ ଦୃଷ୍ଟିରେ ରଖି କିଟ, କିସ ଓ କିମ୍ସରେ ବ୍ୟାପକ ପ୍ରସ୍ତୁତି

ବାତ୍ୟା ଫନିକୁ ଦୃଷ୍ଟିରେ ରଖି କିଟ, କିସ ଓ କିମସରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଫନିର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ପଯ୍ୟର୍ାୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଟ୍ ଓ କିସରେ ରହୁଥିବା ଛାତ୍ରଛାତ୍ରୀ ଓ କିମସରେ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପ୍ରଚୁର ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯିବା ସହ କିଟ୍, କିସ ଓ କିମସରେ ବାତ୍ୟା ଓ ବର୍ଷା ସମୟରେ ଯେଭଳି ବିଦ୍ୟୁତ ସରବରାହ ବନ୍ଦ ନ ହୁଏ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଯେ କୌଣସି ଅପ୍ରତ୍ୟାଶିତ ଅସୁବିଧାର ମୁକାବିଲା ପାଇଁ କିଟ୍,କିସ୍ ଓ କିମସର ବିଭିନ୍ନ ରକ୍ଷଣାବେକ୍ଷଣ ବିଭାଗର ଦୁଇ ହଜାର କର୍ମଚାରୀ ପ୍ରସ୍ତୁତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.