Below header

ଟଏଲେଟରେ ସାନେଟାରୀ ପ୍ୟାଡ ମିଳିବାରୁ ଓ୍ଵାର୍ଡେନ କଲେ ଛାତ୍ରୀମାନଙ୍କୁ ନିବସ୍ତ୍ର ,ଉଠିଲା ବିରୋଧର ସ୍ୱର

ନୂଆଦିଲ୍ଲୀ : ପଞ୍ଜାବର ଭଟିଣ୍ଡା ଅଞ୍ଚଳର ଏକ ପ୍ରାଇଭେଟ ୟୁନିଭର୍ସିଟିର ମହିଳା ହଷ୍ଟେଲ ଟଏଲେଟରେ ସାନେଟାରୀ ପ୍ୟାଡ ମିଳିବା ନେଇ ଦେଖାଦେଇଛି ବିିବାଦ । ହଷ୍ଟେଲର ଓ୍ଵାର୍ଡେନ ଏହି ପ୍ୟାଡକୁ କିଏ ଏଠାରେ ପକାଇଛି କହି ପାଖାପାଖି ୪୦ ଜଣ ଛାତ୍ରୀଙ୍କୁ ନିବସ୍ତ୍ର କରାଇଥିଲେ । ଏନେଇ ଉତ୍ୟକ୍ତ ଛାତ୍ରୀମାନେ ଓ୍ଵାର୍ଡେନଙ୍କୁ ବିରୋଧ କରିଛନ୍ତି ।ଯାହା ଫଳରେ ୟୁନିଭର୍ସିଟି ପ୍ରିନ୍ସପାଲ ଦୁଇଜଣ ଓ୍ଵାର୍ଡେନ ସମେତ ଦୁଇ ସୁରକ୍ଷା ଗାର୍ଡଙ୍କୁ ନଲମ୍ବିତ କରିଛନ୍ତି ।

ଛାତ୍ରୀମାନଙ୍କ କହିବା ମୁତାବକ, ହଷ୍ଟେଲର ଟଏଲେଟରେ କେହି ଜଣେ ସାନେଟାରୀ ପ୍ୟାଡ ଫିଙ୍ଗିଦେଇଥିଲା । ତେଣୁ ଏହି ପ୍ୟାଡ ହଷ୍ଟେଲର କେହି ଛାତ୍ରୀ ବ୍ୟବହାର କରିଥିବା ସନ୍ଦେହ କରି ଓ୍ଵାର୍ଡେନ ଛାତ୍ରୀଙ୍କୁ ନିବସ୍ତ୍ର କହିଥିଲେ। ଯାହା ଫଳରେ ଜଣା ପଡିଯିବ କିଏ ପ୍ୟାଡ ବ୍ୟବହାର କରିଛି ଓ ଟଏଲେଟରେ ଫୋପାଡିଛି ।କିନ୍ତୁ ଓ୍ଵାର୍ଡେନଙ୍କ କଥାକୁ ବିରୋଧ କରି ଛାତ୍ରୀମାନେ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରିନ୍ସପାଲ ଦୁଇ ସୁରକ୍ଷା ଗାର୍ଡ ଓ ଦୁଇ ଓ୍ଵାର୍ଡେନକୁ ନିଲମ୍ବନ କରିଥିଲେ । ହେଲେ ୟୁନିଭର୍ସିଟି ଓ ଓ୍ଵର୍ଡେନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଛାତ୍ରୀମାନେ ଜିଦ୍‌ ଧରି ବସିଥିଲେ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ଆନ୍ଦୋଳନରୁ ହଟିଥିଲେ ଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.