Below header

ଫନିରୁ ଇଭିଏମ ସୁରକ୍ଷା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିନ୍ତା, ପାରଳାଖେମୁଣ୍ଡି,ମୋହନାର EVM ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଚତୁର୍ଥ ପର‌୍ୟ୍ୟାୟ ମତଦାନ ପରେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆ ଚିନ୍ତା । କିପରି ବାତ୍ୟା ଫନି ପ୍ରଭାବରୁ ଷ୍ଟ୍ରଙ୍ଗ ରୁମ୍ରେ ଥିବା ଇଭିଏମକୁ ସୁରକ୍ଷା ଦିଆଯିବ ? ଷ୍ଟ୍ରଙ୍ଗରୁମ ବାବଦରେ ସବୁ ଜିଲ୍ଳାର ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ଏହାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଇଛନ୍ତି ସିଇଓ । ଏଭିତରେ ପାରଳାଖେମୁଣ୍ଡି,ମୋହନାର EVM ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଘାରିଛି ଇଭିଏମ୍ ଚିନ୍ତା । କିଭଳି ବାତ୍ୟା ଫନି ପ୍ରଭାବରୁ ଇଭିଏମ୍କୁ ସୁରକ୍ଷିତ ରଖାଯିବ? ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକ ବର୍ଷା ଓ ପବନ ପ୍ରକୋପରୁ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ସବୁ ନିଆଯିବ ? ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଜପତି ଓ ପାରଳାଖେମୁଣ୍ଡିରେ ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମରେ ପାଣି ପଶିବା ଆଶଙ୍କା ରହିଛି ।

fani cyclone

ସେହିପରି ଜଗତସିଂହପୁର ଏସଭିଏମ୍ କଲେଜର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଷ୍ଟ୍ରଙ୍ଗରୁମ୍ କୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି । ଏ ସଂପର୍କିତ ଜିଲ୍ଲାପାଳଙ୍କୁ ରିପୋର୍ଟକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଲେ ଇଭିଏମ୍ ଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ସେପଟେ ୧୪ଟି ଜିଲ୍ଲାରେ ଷ୍ଟ୍ରଙ୍ଗରୁମରେ ସାମାନ୍ୟ ତ୍ରୁଟି ରହିଛି । ସ୍ଥାନୀୟ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ କୁହାଯାଇଛି ଯଥା ଶୀଘ୍ର ଷ୍ଟ୍ରଙ୍ଗରୁମ୍କୁ ତଦାରଖ କରିବା ପାଇଁ । ଏହାସହ ଇଭିଏମ୍ ସ୍ଥାନାନ୍ତର ନେଇ ସବୁ ଦଳର ପ୍ରାର୍ଥୀଙ୍କୁ ଅବଗତ କରିବା କରିବା ପାଇଁ କୁହାଯାଇଛି ।

ବାତ୍ୟା ଫନିରୁ ଇଭିଏମ୍କୁ ସୁରକ୍ଷା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେପର‌୍ୟ୍ୟନ୍ତ ଇଭିଏମ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.