Below header

ଭାଗ୍ୟରେ ଥିଲେ ମିଳେ ଏ ସୁଯୋଗ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଏକ ବର୍ଷର କୁନି ଦଇତା ‘ଏକାଂଶ’

ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ସେବା କରିବାକୁ ମିଳେ। ତେବେ ଏହି ଅନନ୍ତ ବ୍ରହ୍ମାଣ୍ଡର ସ୍ରଷ୍ଟାଙ୍କ ସେବାରେ ଏବେ ନିୟୋଜିତ ହୋଇଛନ୍ତି ଆଉ ଜଣେ ର୍ନିବୋଧ ଶିଶୁ । ବିଶ୍ୱାସ ନ ହେଲେ ବି ଏହା ସତ। ସ୍ନାନପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ଵରରେ ପିଡୀତ ଥିବା ମହାପ୍ରଭୁଙ୍କ ସେବା କରୁଛନ୍ତି ତାଙ୍କ ଅନ୍ତରଙ୍ଗ ଦଇତାପତି ସେବକ ।

ପୁରୀ(କେନ୍ୟୁଜ୍): ହେ ଜଗନ୍ନାଥ ତୁମେ ଅନନ୍ତ, ତୁମେ ଅକ୍ଷୟ, ତୁମେ ଅବ୍ୟକ୍ତ ଅକ୍ଷର, ତୁମେ ପରଂବ୍ରହ୍ମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସବୁବେଳେ ନିଆରା। କଥାରେ ଅଛି ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ସେବା କରିବାକୁ ମିଳେ। ତେବେ ଏହି ଅନନ୍ତ ବ୍ରହ୍ମାଣ୍ଡର ସ୍ରଷ୍ଟାଙ୍କ ସେବାରେ ଏବେ ନିୟୋଜିତ ହୋଇଛନ୍ତି ଆଉ ଜଣେ ର୍ନିବୋଧ ଶିଶୁ । ବିଶ୍ୱାସ ନ ହେଲେ ବି ଏହା ସତ।

ସ୍ନାନପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ଵରରେ ପିଡୀତ ଥିବା ମହାପ୍ରଭୁଙ୍କ ସେବା କରୁଛନ୍ତି ତାଙ୍କ ଅନ୍ତରଙ୍ଗ ଦଇତାପତି ସେବକ । ଏହି ସେବା ଏକ ଗୋଷ୍ଠୀଗତ ସେବା ହୋଇଥିବାବେଳେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ସେମାନେ ଏହି ସେବା କରିଥାନ୍ତି। ଆଜି ଯୁବ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ର ନିଜ ଏକ ବର୍ଷର ପୁଅ ଏକାଂଶକୁ କାଳିଆ ସେବାରେ ନିୟୋଜିତ କରିଛନ୍ତି ।

ଗତବର୍ଷ ସୁନାବେଶ ଏକାଦଶୀରେ ଜନ୍ମ ହୋଇଥିବାରୁ ତା ନାଁ ଏକାଂଶ ଦିଆଯାଇଛି। ପାଟବସ୍ତ୍ର ସହ ଅଳଙ୍କାର ପିନ୍ଧା ଶରୀର, ଚନ୍ଦନ ଲେପ ଏବଂ ଜୁଳୁଜୁଳୁ ଆଖିରେ ସେ ଲାଗୁଥିଲେ କୁନି ଗୋପାଳ ପରି । ଠାକୁରଙ୍କୁ ପ୍ରଣାମ କରି ରୂପା ମୁଦ୍ରା ଭେଟି ଦେବା ପରେ ସେବା ଆରମ୍ଭ କରିଛନ୍ତି । ପରମ୍ପରା ଅନୁସାରେ ଫୁଲରୀ ଲାଗି ହେବା ପରେ ପୁତ୍ରକୁ ଯଦି ୨୧ ଦିନ ହୋଇ ଯାଇଥିବ ତାହାହେଲେ ଶିଶୁଟି ଅନବସର ସେବାରେ ଯୋଗ ଦେଇଥାଏ। ଭାଗ୍ୟରେ ଥିଲେ ଦଇତାପତି କୂଳରେ ପୁତ୍ର ଭାବରେ ଜନ୍ମ ହୋଇ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳେ ବୋଲି ବରିଷ୍ଠ ଦଇତାପତି କହିଛନ୍ତି।

ଜଗନ୍ନାଥଙ୍କୁ ଟିକେ ଦେଖିଦେଲେ କୋଟି ଜନ୍ମର ପୁଣ୍ୟ ମିଳେ। ଆଉ ଯେତେବେଳେ ସେବା କରିବାକୁ ସୁଯୋଗ ମିଳେ ତାହା ତ ଭାଗ୍ୟର କଥା। ଏଡିକି କୁନି ଦିନରୁ ସେ ଜଗନ୍ନାଥଙ୍କ ସେବାରେ ନିୟୋଜିତ ରହିବେ। କାଳିଆର କି ଲୀଳା। କାହାକୁ ଏ ସୋଭାଗ୍ୟ ମିଳୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.