ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ମୋହନା(କେନ୍ୟୁଜ୍): ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ  ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରିୟା ବସ୍ତରାୟ ।

ସ୍ୱାମୀଙ୍କ ସୂଚନା ଅନୁଯାୟୀ, ଇଟାଭାଟିରେ ନିଆଁ ଲଗାଇବା ବେଳେ ସୁପ୍ରିୟା ପଛପଟେ ଥିଲେ । ହଠାତ୍ ସୁପ୍ରିୟାଙ୍କ ଦେହରେ ଅସାବଧନତା ବଶତଃ ନିଆଁ ଲାଗିଯାଇଥିବା ଦେଖି ସେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ସୁପ୍ରିୟାଙ୍କ ଦେହର ୭୦ ଭାଗ ପୋଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.