ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ’, ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର

ଆସନ୍ତା ୬ ଘଣ୍ଟାରେ ଆହୁରି ତୀବ୍ର ହେବ ବିପର୍ଯ୍ୟୟ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଉତ୍ତର ଦିଗରେ ଗତି ଜାରି ରଖିବ ବାତ୍ୟା । ସମୁଦ୍ରରୁ ବଳ ଗୋଟାଇ ଅଧିକ ବଳିଆନ ହେବ ।

କେନ୍ୟୁଜ(ବ୍ୟୁରୋ): ପ୍ରଳୟ ରଚିବ ବିପର୍ଯ୍ୟୟ । ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ । ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର । ଆସନ୍ତା ୬ ଘଣ୍ଟାରେ ଆହୁରି ତୀବ୍ର ହେବ ବିପର୍ଯ୍ୟୟ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଉତ୍ତର ଦିଗରେ ଗତି ଜାରି ରଖିବ ବାତ୍ୟା । ସମୁଦ୍ରରୁ ବଳ ଗୋଟାଇ ଅଧିକ ବଳିଆନ ହେବ । ଗୁଜରାଟ ଓ ପାକିସ୍ତାନ ଉପକୂଳକୁ ବାତ୍ୟା ବିପର୍ଯ୍ୟୟ ଭୟ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ୧୫ ତାରିଖ ମଧ୍ୟାହ୍ନରେ ପାକିସ୍ତାନ ଓ ସଂଲଗ୍ନ ଗୁଜରାଟର ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ଲାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ବିପର୍ଯ୍ୟୟ ଏବେ ମୁମ୍ବାଇ ଉପକୂଳରୁ ୬୦୦ କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ପୋରବନ୍ଦରରୁ ୫୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଓ ପାକିସ୍ତାନର କରାଚି ଉପକୂଳରୁ ୮୧୦ କିଲୋମିଟ ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି । ଆଜି ପବନର ବେଗ ସମୁଦ୍ର ଭିତରେ ୧୬୫ରୁ ୧୭୫ ଓ ଝଟ୍‌କା ପବନର ବେଗ ୧୯୫ କିଲୋମିଟର ଘଣ୍ଟାପ୍ରତି ଛୁଇଁପାରେ । ଲାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ ଓ ବଢ଼ି ୧୪୫ କିଲୋମିଟର ରହିପାରେ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଆସନ୍ତା ୧୫ ତାରିଖ ଯାଏ ଆରବ ସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗୁଜରାଟର ଉପକୂଳକୁ ବିପର୍ଯ୍ୟୟ ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳରେ ଥିବା ପୋରବନ୍ଦର, ଗୀର ସୋମନାଥ, ଭଲସାଡ ଆଦି ସ୍ଥାନରେ ବେଳାଭୂମିକୁ ଖାଲି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.