ଈଶ୍ୱରଙ୍କ କୁନି ବୋଇତ, ବୋତଲ ଭିତରେ ରହି କହୁଛି ଓଡ଼ିଆ ପରମ୍ପରାର କଥା

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଜଟଣୀ ହାଟବଜାର ଅଞ୍ଚଳର ଏଲ ଈଶ୍ଵର ରାଓ । ନିଜର ନିଆରା କାରୁକାର୍ଯ୍ୟ ପାଇଁ ବେଶ୍‌ ପରିଚିତ । ଓଡ଼ିଶାର ୧୨ ମାସରେ ୧୩ ପର୍ବ । ପ୍ରତ୍ୟେକ ଓଡ଼ିଆ ପର୍ବପର୍ବାଣୀ କୁହନ୍ତୁ କି ହିନ୍ଦୁମାନଙ୍କ ପର୍ବ, ପ୍ରତ୍ୟେକ ଦିନରେ ସେ କିଛି ନା କିଛି କଳା ପ୍ରଦର୍ଶନ କରିଥାନ୍ତି । ଲୋକେ ଫିଙ୍ଗି ଦେଉଥିବା କାଚ ବୋତଲ ଓ ସାବୁନ ହେଉଛି ତାଙ୍କ କଳା ପ୍ରଦର୍ଶନର ମଞ୍ଚ । ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୋତଲ ଭିତରେ ତିଆରି କରିଛନ୍ତି ଛୋଟିଆ ବୋଇତ । ସାବୁନରେ ତିଆରି ଏହି ବୋଇତଟି ଖୁବ୍‌ ଆକର୍ଷଣୀୟ ହୋଇଛି । ମନେ ପକାଇ ଦେଉଛି ଆମ ପୂରାତନ ପରମ୍ପରାର କଥା । ସେତେବେଳର ବୋଇତର ଦୃଶ୍ୟ ।

ISWAR-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.