Below header

ନକଲି ପ୍ରମାଣ ପତ୍ର ଦେଖେଇ ରୋଗୀଙ୍କୁ ଔଷଧ ଦେଉଛନ୍ତି ଡାକ୍ତର

ଡାକ୍ତରଖାନା ଅସଲି, ଡାକ୍ତର ନକଲି । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅଞ୍ଚଳର ହାତିବାରି ସ୍ୱାସ୍ଥ୍ୟକେନ୍ଦ୍ରରୁ। ରୋଗୀ ଦେଖିବା ସହ ଔଷଧ ବି ଲେଖୁଛନ୍ତି ଡାକ୍ତର। କିନ୍ତୁ ଡାକ୍ତର ଜଣକ ନକଲି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି, ୨୦୧୬ ମସିହାରେ ନୂଆଗାଁ ବ୍ଳକ ହାତିବାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ MBBS ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ପଦ୍ମନାଭନ ମୁଖିକାରୁଆ। ନିଯୁକ୍ତି ସମୟରେ ଦାଖଲ କରିଥିବା ପ୍ରମାଣ ପତ୍ରରେ ସେ ଦଶମ ଓ ଯୁକ୍ତ ଦୁଇ ରାଉରକେଲାରେ ପାସ କରିବା ପରେ ବୁର୍ଲାରେ ଭୀମସାରରୁ ୨୦୦୨ ମସିହାରେ MBBS ପାସ କରିଛନ୍ତି । କିନ୍ତୁ ବିହାର ମେଡିକାଲ କାଉନସିଲରେ ନିଜର ନାମ ପଞ୍ଜିକରଣ କରାଇଛନ୍ତି । ନକଲି ଡାକ୍ତର କୁହାଯାଉଥିବା ପଦ୍ମନାଭନ୍‌ ପୂର୍ବରୁ ରେଳବାଇ, ରାଉରକେଲା ହାଇଟେକ ମେଡିକାଲରେ ଚାକିରି କରିଥିଲେ। କାଗଜପତ୍ର ନକଲି ଜଣାପଡିବା ପରେ ସେଠାରୁ ଚାକିରି ଛାଡି କିଛି ଦିନ ପାଇଁ ପଳାଇଥିଲେ।

ପରେ ୨୦୧୬ରେ ପୁଣି ନିଯୁକ୍ତି ନିଯୁକ୍ତି ପାଇଥିଲେ ପଦ୍ମନାଭନ୍‌ । ଆରଟିଆଇରେ ମିଳିଥିବା ସୂଚନା ଅନୁସାସୋର ଭୀମସାର ସାର୍ଟିଫିକେଟରେ ଦୁଇଟି ସ୍ଥାନରେ ବନାନରେ ତ୍ରୁଟି ରହିଛି। ଏହାପରେ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ରୋଗୀଙ୍କ ପାଇଁ ଲେଖୁଥିବା ମେଡିସିନରେ କିଛି ଭୁଲ ରହୁଥିବା କହିଛନ୍ତି ହାତିବାରୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଅଭିଯୋଗ ପାଇବା ପରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଲେଖାଯାଇଛି । ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.