Below header

ଯାଜପୁର: ଜଙ୍ଗଲୀ ଭାଲୁକୁ କାବୁ କଲେ ବନବିଭାଗ କର୍ମଚାରୀ

ଯାଜପୁର(କେନ୍ୟୁଜ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପାହାଡିଆ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ଚଳାଇଥିବା ଏକ ଜଙ୍ଗଲୀ ଭାଲୁକୁ ବନ ବିଭାଗ କର୍ମଚାରୀମାନେ ଧରିବାରେ ସଫଳ ହୋଇଛନ୍ତି । ଗତ କିଛି ଦିନ ହେଲା ଏହି ଭାଲୁଟି ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିଥିଲା । ଏପରିକି ଚକ୍ରଧରପୁର ପଞ୍ଚାୟତ ବଲାଂଗିଆ ଗ୍ରାମରେ ଏହି ଭାଲୁ ଆକ୍ରମଣରେ ଜଣେ ୧୨ ବର୍ଷର ବାଳକ ଗୁରୁତର ଆହତ ହୋଇଥିଲା । ଏହି ଜଙ୍ଗଲୀ ଭାଲୁଟିକୁ ଧରିବା ଲାଗି ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ।

bear 1

ଆଜି ଭାଲୁଟି ତାଳଜଙ୍ଗ ପଞ୍ଚାୟତର ଉପରଗଡ଼ ପାହାଡ଼ରେ ଥିବା ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀମାନେ ସେଠାରେ ପହଁଚି ଭାଲୁଟିକୁ କାବୁ କରିବାରେ ସଫଳ ହୋଇଛନ୍ତି ।  ତେବେ ଭାଲୁଟି ଅସୁସ୍ଥ ଥିବାରୁ ଅତି ସହଜରେ ଧରାପଡିଯାଇଛି । ଏବେ ଭାଲୁଟି ଅସୁସ୍ଥ ଥିବାରୁ ଚିକିତ୍ସା ଲାଗି ତାକୁ ଚଢ଼େଇଧରା ସ୍ଥିତ ବିଟ ହାଉସରେ  ରଖାଯାଇଛି ।  ଚିକିତ୍ସା ପରେ ଭାଲୁଟିକୁ ଅନ୍ୟତ୍ର ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.