ବାହାରିନ୍‌ରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ରାଜା ସେଖ ହମଦ୍‌ ବିନ୍‌ ଇସା ଅଲ୍‌ ଖଲିଫାଙ୍କ ସହ କଲେ ସାକ୍ଷାତ

ବାହାରିନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇସା’ ପ୍ରଦାନ କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବାହାରିନ୍‌ର ରାଜା ସେଖ ହମଦ୍‌ ବିନ୍‌ ଇସା ଅଲ୍‌ ଖଲିଫାଙ୍କ ସହ ସାକ୍ଷାତ କରିଛନ୍ତି । କିସ୍‌ ଜରିଆରେ ଡ.ସାମନ୍ତ ଜାରି ରଖିଥିବା ସାମାଜିକ ଦାୟିତ୍ୱବୋଧ ତଥା ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ ଉପରେ ବାହାରିନ୍‌ ରାଜା ଡ.ସାମନ୍ତଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଆଜି ବାହାରିନ୍‌ରେ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଉଛି । ପୂର୍ବରୁ ୨୦୧୫ ମସହାରେ ଏହି ସମ୍ମାନ ଡ.ସାମନ୍ତଙ୍କୁ ପ୍ରଦାନ କରଯାଇଥିବାରୁ ଚଳିତବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିନ୍‌ ସରାକାରଙ୍କ ପକ୍ଷରୁ ଡ.ସାମନ୍ତଙ୍କୁ ରାଜକୀୟ ନିମନ୍ତ୍ରଣ କରାଯାଇଥିଲା ।

bahrain founder sir

ରାଜାଙ୍କ ନିମନ୍ତ୍ରଣ କ୍ରମେ ଡ.ସାମନ୍ତ ଦୁଇ ଦିନିଆ ବାହାରିନ୍‌ ଗ୍ରସ୍ତରେ ଅଛନ୍ତି । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ବାହାରିନ୍‌ ସରକାର ଏବଂ ରାଜା ଅତ୍ୟନ୍ତ ଭଲ ପାଆନ୍ତି । ସେଥି ସକାଶେ ବାହାରିନ୍‌ ରାଜାଙ୍କ ସହ ଡ.ସାମନ୍ତଙ୍କ ଦୀର୍ଘ ଦିନର ସୁସମ୍ପର୍କ ରହିଆସିଛି । ମଙ୍ଗଳବାର ବାହାରିନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇସା’ ପ୍ରଦାନ କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ବାହାରିନ୍‌ର ରାଜା ସେଖ ହମଦ୍‌ ବିନ୍‌ ଇସା ଅଲ୍‌ ଖଲିଫାଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ରାଜା ଡ.ସାମନ୍ତଙ୍କୁ ଆମନ୍ତ୍ରଣ କରିଥିଲେ । ରାଜାଙ୍କ ଅନୁରୋଧ କ୍ରମେ ବିଶ୍ୱର ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବାହାରିନ ସରକାରଙ୍କ ପଦସ୍ଥ ଅଧିକାରୀଙ୍କ ସହ ଡ.ସାମନ୍ତ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.