Below header

ବାଂଲାଦେଶ ବ୍ରହ୍ମଣବାଡିଆରେ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ, ୧୫ ଜଣଙ୍କ ମୃତ୍ୟୁ ୫୮ରୁ ଅଧିକ ଯାତ୍ରୀ ଆହତ

ବାଂଲାଦେଶ ବ୍ରହ୍ମଣବାଡିଆରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ରୁ ଅଧିକ ଯାତ୍ରୀ ଆହତ ହେଇଛନ୍ତି । ସିଲହଟ୍‌ରୁ ଚାଟଗାଁ ଯାଉଥିବା ଉଦୟନ ଏକ୍ସପ୍ରେସ୍‌ ସହ ଢାକା ଯାଉଥିବା ଟୁର୍ଣ୍ଣା ନିଶିତ ଏକ୍ସପ୍ରେସ୍‌ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ୬ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ଚଟଗାଁ ଓ ସିଲହଟ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । ଭୁଲ୍‌ ସିଗ୍‌ନାଲ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.