Below header

ସେବାଶ୍ରମ ସ୍କୁଲରେ ଶିଶୁ କଲ୍ୟାଣ ଅଧିକାରୀଙ୍କୁ ମାଡ଼ ମାରିଲେ ପିଲା

ରାୟବରେଲି : ସେବାଶ୍ରମରେ ଶିଶୁ କଲ୍ୟାଣ ଅଧିକାରୀଙ୍କ ମାଡ଼ । ମାଡ଼ ମାରିଲେ ସେବାଶ୍ରମ ଅନ୍ତେବାସୀ । ଏଠାକାର ଗାନ୍ଧି ନିକେତନ ଆଶ୍ରମରେ ଥିବା ଜଣେ ମହିଳା ଅଧିକାରୀଙ୍କୁ ପିଲାମାନେ ଘେରି ଯାଇ ମାରପିଟ୍‌ କରିଥିଲେ । ଅଧିକାରୀ ମମତା ଦୁବେ ଅଭିଯୋଗ କରିଛନ୍ତି ଯେ ସେବାଶ୍ରମର ଜଣେ ଶିକ୍ଷକ ପିଲାମାନଙ୍କୁ ତାଙ୍କ ବିରୋଧରେ ଉସୁକାଇଥିଲେ । ତେଣୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମଧ୍ୟ ମାରିଥିବା କହିଛନ୍ତି । ପୂରା ଘଟଣା ଆଶ୍ରମରେ ଥିବା ସିସିଟିଭିରେ ରେକର୍ଡ଼ିଂ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.