ଭଞ୍ଜନଗର ମୁଦୁଲିପଲ୍ଲୀ ଗାଁରେ ବିଦ୍ୟୁତ୍‌ ତାର ଲାଗି ଜଣେ ଶ୍ରମିକ ମୃତ, ୨ଆହତ

ଗଞ୍ଜାମ(କେନ୍ୟୁଜ୍) : ବିଦ୍ୟୁତ୍‌ ତାର ଲାଗି ଶ୍ରମିକ ମୃତ। ଦୁଇ ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକ ଜିଲୁଣ୍ଡି ଗାଁର ନାରାୟଣ ଗୌଡ। ଦୁଇ ଗୁରୁତରଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଦୁଲିପଲ୍ଲୀ ଗାଁରେ ନିର୍ମାଣଧୀନ ପଞ୍ଚାୟତ ଘରଠାରେ ଏହି ଅଘଟଣ ଘଟିଛି। ପଞ୍ଚାୟତର ଘର ଛାତ କାମ ଚାଲିଥିବାବେଳେ ନିକଟରେ ଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକମାନେ ଆସିଥିଲେ। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।

Leave A Reply

Your email address will not be published.