Below header

ପରିଶ୍ରମ ସଫଳତାର ଚାବି କାଠି: ଦିନ ମଜୁରିଆ ଝିଅ ହେଲେ ମାଟ୍ରିକ ଟପ୍ପର

ଦୃଢ ଇଛାଶକ୍ତି, କଠିନ ପରିଶ୍ରମ ବଳରେ ସଫଳତା ମିଳିଥାଏ। ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି। ସେହିପରି ଜଣେ ପରୀକ୍ଷର୍ଥୀ ଯିଏ ସଫଳତାର ପାହାଚ ଚଢି ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ନୁର୍ପା ଗାଁର ଜଣେ ଦିନ ମଜୁରିଆରଙ୍କ ଝିଅ ସାନିଆ ଦେହୁରୀ। ହିଏ ନିଜର କଠିନ ଅଧ୍ୟବସାୟ ବଳରେ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୮ ମାର୍କ ସହ ୯୧ ପ୍ରତିଶତ ମାର୍କ ରଖି ସଫଳତା ପାଇଛନ୍ତି।

କଣ୍ଟାମାଳ(କେନ୍ୟୁଜ୍): ଦୃଢ ଇଛାଶକ୍ତି, କଠିନ ପରିଶ୍ରମ ବଳରେ ସଫଳତା ମିଳିଥାଏ। ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି। ସେହିପରି ଜଣେ ପରୀକ୍ଷର୍ଥୀ ଯିଏ ସଫଳତାର ପାହାଚ ଚଢି ଚଢି ଆଜି ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ନୁର୍ପା ଗାଁର ଜଣେ ଦିନ ମଜୁରିଆରଙ୍କ ଝିଅ ସାନିଆ ଦେହୁରୀ। ହିଏ ନିଜର କଠିନ ଅଧ୍ୟବସାୟ ବଳରେ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୮ ମାର୍କ ସହ ୯୧ ପ୍ରତିଶତ ମାର୍କ ରଖି ସଫଳତା ପାଇଛନ୍ତି। କଣ୍ଟାମାଲ ବ୍ଲକରେ ଟପ୍ପର ହୋଇ ନିଜ ପରିବାରରେ ଖୁସି ଆଣିବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ନୁର୍ପା ଗ୍ରାମରେ ଲଷ୍ମୀ ବଲ୍ଲଭ ଦେହୁରୀ ଓ ମାତା ସଂଯୁକ୍ତାଦେହୁରୀଙ୍କ ଝିଅ ସାନିଆ ଦେହୁରୀ।ଚଳିତ ମାଟ୍ରିକ ପରୀକ୍ଷାରେ ୫୪୮ ମାର୍କ ରଖି ବ୍ଲକ ସ୍ତରରେ ଟପ୍ପର ହୋଇଛନ୍ତି। ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ଅଧ୍ୟବସାୟ ବଳରେ ସେ ଏହି ସଫଳତା ପାଇଛନ୍ତି। ସାନିଆଙ୍କ ବାପା ଜଣେ ଦିନ ମଜୁରିଆ। ହେଲେ ମଧ୍ୟ ଆର୍ଥିକ ଅଭାବ ସ୍ଵତ୍ତ୍ୱେ ସେ ବିନା ପ୍ରତିବନ୍ଧକରେ ସେ ଭଲ ମାର୍କ ରଖିବା ସହ ଏହି ସଫଳତା ପାଇଛନ୍ତି। ନିଜେ ସାନିଆ ଗାଁ ଠାରୁ ପାଞ୍ଚ କିମି ଦୁର ସାଇକେଲ ଯୋଗେ ମନମୁଣ୍ଡା ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟକୁ ପାଠ ପଢି ଯିବା ସହ ନିୟମିତ ଟିଉସାନ ଯାଉଥିଲେ। ସେହିପରି ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ । ବଡ଼ ହେଲେ ଜଣେ ଅଧ୍ୟାପିକା ହେବାକୁ ଆଶା ରଖିଛନ୍ତି ସାନିଆ।

topper

ବାପା ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଝିଅର ପାଠ ପଢ଼ାରେ କେବେ ହେଲା କରିନ ଥିଲେ ବାପା। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଦିନୁ ସାନିଆ ଭଲ ପାଠ ପଢୁଥିଲେ।ଆର୍ଥିକ ଅଭାବ ମଧ୍ୟରେ ଥାଇ ବି ୯୧ ପ୍ରତିଶତ ମାର୍କ ରଖି ପରିବାରରେ ଖୁସି ଆଣିବା ସହ ଜଣେ ଦିନ ମଜୁରିଆର ଝିଅ ଭାବେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଯଦି ତାଙ୍କୁ ସରକାରୀ ସ୍ତରରେ କିଛି ସହାୟତା ମିଳିଲେ ସେ ଏକ ଭଲ କଲେଜରେ ନାମ ଲେଖାଇବା ସହ ପାଠ ପଢ଼ାରେ ଆହୁରି ଆଗକୁ ଯାଇ ପାରନ୍ତେ ବୋଲି ସାନିଆଙ୍କ ବାପା କହିଛନ୍ତି।

ଗରିବ ଘରର ଝିଅର ଏ ସଫଳତାରେ ସଭିଏଁ ଖୁସି। ଭାବ ବିହ୍ଵଳ ହୋଇପଡିଛନ୍ତି ପରିବାରର ଲୋକେ। ସାନିଆଙ୍କ ଏହି ସଫଳତାରେ ସାହି ପଡିଶାଙ୍କ ମନରେ ମଧ୍ୟ ବେଶ ଖୁସି ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.