Below header

ମହିଳା ଏଏସଆଇଙ୍କ ମୃତ୍ୟୁ ନେଇ ବଢୁଛି ରହସ୍ୟ, ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

ଡ୍ୟୁଟି ସମୟରେ ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ରହସ୍ୟ । ଗତକାଲି ରାଉରକେଲା ଉଦିତନଗର ଥାନା ASI ଏ. ଏନ୍. ଲୁଗୁନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଡ୍ୟୁଟି ସମୟରେ ମହିଳା ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ରହସ୍ୟ । ଗତକାଲି ରାଉରକେଲା ଉଦିତନଗର ଥାନା ASI ଏ. ଏନ୍. ଲୁଗୁନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଖବର ଶୁଣି ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ ମହିଳା ଏଏସଆଇ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏଏସଆଇଙ୍କ ସ୍ୱାମୀ ଆଣିଛନ୍ତି ହତ୍ୟା ଅଭିଯୋଗ।

ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଗୋଷ୍ଠୀ ସଂଘର୍ଷ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ବେଳେ ଏ. ଏନ୍. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢିଛି ରହସ୍ୟ । ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ମହିଳା ASI ।

ସୁସ୍ମିତାଙ୍କ ଭାଇଙ୍କ ଏତଲାରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଲୁଗୁନ । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.