ବିଶ୍ୱକପ ୨୦୨୩ : ଭାରତ ରଚିବ ଇତିହାସ, ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ନୂଆ ନିୟମ

ଆଇସିସି ଦିନିକିଆ ବିଶ୍ୱକପ ଅକ୍ଟୋବର ୫ ତାରିଖରୁ ହେଉଛି । ଫାଇନାଲ ମ୍ୟାଚ୍‌ ୧୯ ନଭେମ୍ବରରେ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତ ଇତିହାସ ରଚିବ । ଏମିତି କିଛି ନିୟମ ପରିବର୍ତ୍ତନ ହୋଇଛି, ଯାହା ପୂର୍ବରୁ କେବେ ହୋଇନି ।

ଆଉ ଦୁଇଦିନ ପରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । କ୍ରିକେଟ ଫ୍ୟାନ୍ସ ବିଶ୍ୱକପକୁ ଅପେକ୍ଷା କରି ରହିଛନ୍ତି । ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ହେବ ।
ଚଳିତଥର ବିଶ୍ୱକପ ଇତିହାସ ରଚିବାକୁ ଯାଉଛି । ବିଶ୍ୱକପରେ କିଛି ନିୟମ ବଦଳିଯାଇଛି, ଯାହା ଫ୍ୟାନ୍ସଙ୍କ ମଜାକୁ ଦ୍ୱିଗୁଣ କରିଦେବ । ପ୍ରଥମ ଥର ପାଇଁ ବିଶ୍ୱକପରେ କିଛି ନୂଆ ଜିନିଷ ଦେଖିବାକୁ ମିଳିବ । ତେବେ ଜାଣନ୍ତୁ କ’ଣ …

ପ୍ରଥମ ଥର ପାଇଁ ଭାରତ ଏକାକୀ ବିଶ୍ୱକପର ଆୟୋଜନ କରୁଛି । କ୍ରିକେଟ ଇତିହାସରେ ପ୍ରଥମ ଥର ବିଶ୍ୱକପର ଆୟୋଜନ ଏକାକୀ ଭାରତ କରୁଛି । ଏହାପୂର୍ବରୁ ଭାରତ ୧୯୮୭, ୧୯୯୬ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ ମିଳିତ ଭାବେ ଆୟୋଜନ କରିଛି । ୨୦୧୧ ପରେ ଭାରତ ବିଶ୍ୱକପ ବିଜୟ ନେଇ ଫ୍ୟାନ୍ସ ଆଶା ରଖିଛନ୍ତି ।

ସେହିପରି ପ୍ରଥମ ଥର ପାଇଁ ବିଶ୍ୱକପରେ େଓ୍ଵଷ୍ଟଇଣ୍ଡିଜ ଟିମ୍‌ ଖେଳିବ ନାହିଁ । ୧୯୭୫ ଏବଂ ୧୯୭୯ରେ ବିଶ୍ୱକପ ବିଜେତା କ୍ଲାଇଭ ଲାଏଡଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଜିତିଥିଲା । କିନ୍ତୁ ଚଳିତଥର ବିଶ୍ୱକପ ପାଇଁ ଟିମ୍‌ କ୍ୱାଲିଫାଏ କରିନାହିଁ । ବିଶ୍ୱକପରେ ଚଳିତଥର ୧୦ଟି ଟିମ୍‌ ଭାଗ ନେଉଛି ।

ପ୍ରତ୍ୟେକ ଗ୍ରାଉଣ୍ଡର ବାଉଣ୍ଡାରୀକୁ ୭୦ ମିଟରରୁ ଅଧିକ ରଖିବା ପାଇଁ କ୍ୟୁରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିସି ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚରେ ବାଉଣ୍ଡାରୀ ଆୟତନ ୬୫ ମିଟରରୁ ୮୫ ମିଟର ମଧ୍ୟରେ ହେବା ଆବଶ୍ୟକ । ବିଶ୍ବକପକୁ ଅଧିକ ରୋମାଞ୍ଚକର ତଥା ପ୍ରତି ମ୍ୟାଚକୁ ସଂଘର୍ଷପୂର୍ଣ୍ଣ କରିବା ପାଇଁ ଆଇସିସି କିଛି ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ।

ବିଶ୍ୱକପ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକତା, ଲକ୍ଷ୍ନୌ, ମୁମ୍ବାଇ, ପୁନେରେ ଖେଳାଯିବ ।

ବିଶ୍ୱକପରେ ଏଥର ସଫ୍ଟ ସିଗନାଲ ନିୟମ ଦେଖିବାକୁ ମିଳିବ ନାହିଁ । ଆଇସିସି ଚଳିତ ଜୁନ ମାସରୁ ସଫ୍ଟ ସିଗନାଲ ନିୟମ ଶେଷ କରିଦେଇଛି ।

ବିଶ୍ୱକପ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଶାର୍ଦ୍ଦୁଳଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.