Below header

୨୮ରେ ରତ୍ନଭଣ୍ଡାର ଲେଜର ସ୍କାନିଂ, ନାଟମଣ୍ଡପ ବିମ ମରାମତି ବି କରାଯିବ

୨୮ରେ ରତ୍ନଭଣ୍ଡାର ଲେଜର ସ୍କାନିଂ। କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ଆସନ୍ତା ୨୮ ତାରିଖରେ କରାଯିବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏନେଇ ଆଲୋଚନା ପରେ ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ବାହାର ପାର୍ଶ୍ଵ ଲେଜର ସ୍କାନିଂ ସହ ନାଟମଣ୍ଡପ ବିମ ମରାମତି କରାଯିବ। ଲେଜର ସ୍କାନିଂ ମେସିନ ପହଞ୍ଚି ସାରିଛି। ରତ୍ନଭଣ୍ଡାର ବାହାର ପାର୍ଶ୍ଵ ସହ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ ହେବ ।

ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ।

ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପରେ ଦୁଇଟି ଗୁରୁତ୍ଵ କାର୍ଯ୍ୟ କରାଯିବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.