ଶ୍ରୀକୃଷ୍ଣଙ୍କ ପ୍ରିୟ ମାସ ମାର୍ଗଶିର, ଜାଣନ୍ତୁ ଏହି ମାସର କଣ ରହିଛି ମହତ୍ତ୍ୱ

ହିନ୍ଦୁ ଶାସ୍ତ୍ରରେ ସବୁଠାରୁ ପବିତ୍ର ମାସ ହେଉଛି ମାର୍ଗଶିର ମାସ । ଏହି ମାସ ଏତେ ପବିତ୍ର ଯେ ଗୀତାରେ ମାର୍ଗଶିର ମାସର ମହତ୍ତ୍ୱ ବିଷୟରେ କୁହାଯାଇଛିି । ଏହି ମାସରେ ଭକ୍ତମାନେ ଯମୁନାରେ ଗାଧୋଇଲେ ବିଷ୍ଣୁଙ୍କୁ ସହଜରେ ପାଇପାରିବେ ବୋଲି ବିଶ୍ୱାସ ରହିଛି ।

ମାର୍ଗଶିର ମାସ ହେଉଛି ହିନ୍ଦୁ ମାନଙ୍କର ନବମ ମାସ । ହିନ୍ଦୁ ଶାସ୍ତ୍ରରେ ସବୁଠାରୁ ପବିତ୍ର ମାସ ହେଉଛି ମାର୍ଗଶିର ମାସ । ଏହି ମାସ ଏତେ ପବିତ୍ର ଯେ ଗୀତାରେ ମାର୍ଗଶିର ମାସର ମହତ୍ତ୍ୱ ବିଷୟରେ କୁହାଯାଇଛିି । ଏହି ମାସରେ ଭକ୍ତମାନେ ଯମୁନାରେ ଗାଧୋଇଲେ ବିଷ୍ଣୁଙ୍କୁ ସହଜରେ ପାଇପାରିବେ ବୋଲି ବିଶ୍ୱାସ ରହିଛି । ମାର୍ଗଶିର ମାସକୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ଭାବରେ ବିବେଚନା କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ଅନେକ ରୂପରେ ଏବଂ ଅନେକ ନାମରେ ପୂଜା କରାଯାଏ । ଏହି ସ୍ୱରୂପ ମଧ୍ୟରୁ ମାର୍ଗଶିର ମାସର ସ୍ୱରୂପ ହେଉଛି ଅନ୍ୟତମ ।

ମାର୍ଗଶିର ମାସର ମହତ୍ତ୍ୱ :
ଏହି ମାସରେ ନଦୀ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ୱ ରହିଛି । ମାର୍ଗଶିର ମାସରେ ତୁଳସୀ ପତ୍ର ଓ ତୂଳସୀ ଗଛର ମୂଳରେ ଥିବା ମାଟି ଦ୍ୱାରା ନଦୀରେ ଗାଧୋଇବା ଅତି ପବିତ୍ର ହୋଇଥାଏ । କୁହାଯାଏ ଯେଉଁ ଭକ୍ତ ମାର୍ଗଶିର ମାସରେ ଭଗବାନ କୃଷ୍ଣଙ୍କ ମନ୍ତ୍ର ଜପ କରନ୍ତି, ତାଙ୍କର ସମସ୍ତ ଇଚ୍ଛା ଓ ମନୋକାମନା ପୂରଣ ହୁଏ ।

ଧର୍ମ କର୍ମ ଦୃଷ୍ଟିରୁ ଏହି ମାସଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ମାସରେ ଏପରି ଚମତ୍କାର ଶକ୍ତି ଥାଏ ଯାହାକୁ ଆପଣ ବିଶ୍ୱାସ କରି ପାରିବେନି । ଏହି ମାସରେ ଶ୍ରୀକୃଷ୍ଣଙ୍କ ଧ୍ୟାନ ଏବଂ ଉପାସନା କରି ଜଣେ ପୂଣ୍ୟ ଫଳ ପାଇଥାଏ । ତେଣୁ ଏହି ମାସରେ ଭଗବାନ କୃଷ୍ଣଙ୍କ ଧ୍ୟାନ କରି ଆପଣ ଏହି ମାସର ପୂଣ୍ୟ ଫଳ ପାଇପାରିବେ । ଶ୍ରୀକୃଷ୍ଣଙ୍କୁ ନିଜର କରିବା ପାଇଁ ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ କେବଳ ପ୍ରେମ ସାଧନା ଯଥେଷ୍ଟ ।

ମାର୍ଗଶିର ମାସରେ ଯଦି ଆପଣ ଶ୍ରୀକୃଷ୍ଣଙ୍କୁ ଭକ୍ତିର ସହ ଡାକିବେ ତେବେ ଭଗବାନ ନିଶ୍ଚିତ ଭାବେ ଭକ୍ତଙ୍କ ଇଚ୍ଛାକୁ ପୂରଣ କରନ୍ତି । ସ୍କନ୍ଦପୁରାଣ ଅନୁଯାୟୀ ଭଗବାନ କୃଷ୍ଣ ଏବଂ ରାଧାଙ୍କ ଆଶୀର୍ବାଦ ପାଇବା ପାଇଁ ମାର୍ଗଶିର ମାସରେ ଉପବାସ ଏବଂ ଭଜନ, କୀର୍ତ୍ତନ ଇତ୍ୟାଦି ଜପ କରିବା ଉଚିତ୍ । ଏହା ସହିତ ସନ୍ଧ୍ୟାରେ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପୂଜା କରିବା ସହିତ ଭଗବାନ ବିଷ୍ଣୁଙ୍କ କୀର୍ତ୍ତନ ଏବଂ ଭଜନ କରିବା ଭଲ ହୋଇଥାଏ । ମାର୍ଗଶିର ମାସରେ ପ୍ରତିଦିନ ଗୀତା ପଢ଼ିବା ଆବଶ୍ୟକ । ଏଭଳି କରିବା ଦ୍ୱାରା ଭଗବାନ ଭକ୍ତମାନଙ୍କର ସମସ୍ତ ଇଚ୍ଛାକୁ ପୂରଣ କରନ୍ତି । ଏହି ମାସରେ କିଛି ଜିନିଷର ବ୍ୟବହାର ନିଷେଧ ରହିଛି । ଏହି ମାସରେ ଜିରା ଖାଇବାକୁ ବାରଣ କରାଯାଇଛି । ତେଣୁ ମାର୍ଗଶିର ମାସରେ ଜିରା ଖାଇବା ଉଚିତ୍ ନୁହେଁ । ଏହା ସହିତ ତେଲ ମାଲିସ୍ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.