Below header

ଟଳିଲା ହାତୀ ଭୟ, ବଣୁଆ ହାତୀକୁ କରାଗଲା ଟ୍ରାଙ୍କୁଲାଇଜ

ଟଳିଲା ହାତୀ ଭୟ। ଯାଜପୁର ଦଶରଥପୁର ନନ୍ଦିପୂର ପଂଚାୟତ ବରିକୁଳ ଗାଁ ନିକଟରେ ବଣୁଆ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ।

ଟଳିଲା ହାତୀ ଭୟ। ଯାଜପୁର ଦଶରଥପୁର ନନ୍ଦିପୂର ପଂଚାୟତ ବରିକୁଳ ଗାଁ ନିକଟରେ ବଣୁଆ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି । କେନ୍ଦୁଝର ହଦଗଡ଼ ଜଙ୍ଗଲରୁ ଆସିଥିବା ଏହି ବଣୁଆ ହାତୀ ଗତକାଲି ଭଦ୍ରକ ଭଣ୍ଡାରୀପୋଖରୀରେ ବୁଲୁଥିଲା ବେଳେ ଆଜି ଯାଜପୁରକୁ ପ୍ରବେଶ କରିଥିଲା। ବିଭିନ୍ନ କ୍ଷେତରେ ହାତୀଟି ପଶି ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲା। ବନବିଭାଗ ପକ୍ଷରୁ ନନ୍ଦନକାନନର ସ୍ଵତନ୍ତ୍ର ଟିମ ଦ୍ଵାରା ଟ୍ରାଙ୍କୁଲାଇଜ କରାଯାଇଛି । ହାତୀକୁ ନନ୍ଦନକାନନକୁ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ପ୍ରକାଶଯୋଗ୍ୟ, ହାତୀଟି ଯାଜପୁର ଦଶରଥପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିଲା । ସାରାଦିନ ବିଭିନ୍ନ ପଞ୍ଚାୟତରେ ପଶି ଭୟର ବାତାବରଣ ସୃଷ୍ଟି କରିଥିଲା। ସକାଳେ ବିରଜାପୁର ପଞ୍ଚାୟତରେ ବିଭିନ୍ନ ଗାଁରେ ପଶିବା ସହ ଧାନ ଫସଲ ନଷ୍ଟ କରିଥିଲା। ପରେ ହାତୀଟି ପାଳଦା ଗାଁ ପାରକରି ମନ୍ଦାରଖଣ୍ଡ ଅଞ୍ଚଳକୁ ପ୍ରବେଶ କରିଥିଲା। ହାତୀକୁ ନେଇ ଭୟଭୀତ ଥିଲେ ସମଗ୍ର ଅଞ୍ଚଳବାସୀ। ହାତୀ ଗୋଡାଇ ବିରଜାପୁର ଗାଁର ଚୈତନ୍ୟ ଦାସ ଆହତ ହୋଇଥିଲେ। ଗାଁମାନଙ୍କରେ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.