Below header

ରାଜଧାନୀର ସଫ୍ଟଓ୍ଵୟାର ଇଞ୍ଜନିୟରଙ୍କ ଘରୁ ଡକାୟତ ବୁଲାଇଲେ କଳାକନା

ଯଦି ଆପଣ ରାଜଧାନୀରେ ରହୁଛନ୍ତି ତେବେ ହୋଇଯାନ୍ତୁ । ବିଶେଷ କରି ଶୋଇଲାବେଳେ ରୁହନ୍ତୁ ସତର୍କ । ଆଖି କାନ ଉଭୟ ଖୋଲା ରଖନ୍ତୁ ଆଜ୍ଞା।

ଭୁବନେଶ୍ୱର (କେନ୍ୟୁଜ) : ଯଦି ଆପଣ ରାଜଧାନୀରେ ରହୁଛନ୍ତି ତେବେ ହୋଇଯାନ୍ତୁ । ବିଶେଷ କରି ଶୋଇଲାବେଳେ ରୁହନ୍ତୁ ସତର୍କ । ଆଖି କାନ ଉଭୟ ଖୋଲା ରଖନ୍ତୁ ଆଜ୍ଞା। ନଚେତ ଆପଣ ବି ହୋଇପାରନ୍ତି ଲୁଟର ଶିକାର । ଜିନିଷ ତ ଯିବ ତାସହିତ ଜୀବନ ପ୍ରତି ବି ରହିଛି ବିପଦ । ଏ ବ୍ୟକ୍ତି ହେଉଛନ୍ତି ରାକେଶ ଚାନ୍ଦ୍‌ । ସେ ଜଣେ ସଫ୍ଟେଓ୍ଵୟାର ଇଞ୍ଜିନିୟର । ରାଜଧାନୀର ନନ୍ଦନକାନୁନ୍‌ ମାରୁତି ବିହାରର ଘର ତାଙ୍କର । ତେବେ ତାଙ୍କ ଘରର ଅବସ୍ଥା ଆପଣ ଟିକେ ଦେଖନ୍ତୁ । କଳାକନା ବୁଲିଯାଇଛି ଘରେ । କିଛି ବି ବାକି ରଖିନାହାଁନ୍ତି, ଚୋର ହାବୁଡରେ ପଡି ଘରେ ବୁଲିଯାଇଛି କଳାକନା ।

ଆପଣ ନିକଟରେ ଅନେକ ସମୟରେ ଶୁଣିଥିବେ ଯେ ଭୁବନେଶ୍ୱରରେ ଡକାୟତୀ । କେତେବେଳେ ଆପାର୍ଟମେଣ୍ଟରେ ତ ଆଉ କେତେବେଳେ ଘରେ ପଶି ଚୋରି । ତେବେ ଆଜି କିନ୍ତୁ ଚୋରଙ୍କ ଟାର୍ଗେଟରେ ଥିଲା ସଫ୍ଟଓ୍ଵୟାର ଇଞ୍ଜିନିୟରଙ୍କ ଘର । ରାତିରେ ସମସ୍ତେ ଶୋଇଗଲା ପରେ ପୁରା ପ୍ଲାନ କରି ଆସିଥିବା ଏ ଚୋର ଘରେ ପଶିଲେ । ରାଜଧାନୀର ୮ ଜଣ ସସସ୍ତ୍ର ଡକାୟତ ମୁହଁରେ ମୁଖା ପିନ୍ଧି ପ୍ରାୟ ଭୋର ତିନିଟା ସମୟରେ ପଶିଲେ । ଏହି ସମୟରେ ଘରେ ସମସ୍ତେ ଶୋଇଥିଲେ । ଆଉ ସେତେବେଳେ ଏହି ୮ ଡକାୟତ ହାଜର ହେଇଗଲେ ବେଡରୁମରେ ।

ହାତରେ ମାରଣାସ୍ତ୍ର ଧରି ଧମକାଇଲେ। ମାରିଦେବେ ବୋଲି ଧମକ ଦେଲେ। ଦୁଇ ଜଣ ଛୋଟ ପିଲାଙ୍କୁ ନିଜ କବଜାକୁ ନେଇ ଆତଙ୍କ ଖେଳାଇ ଥିଲେ। ପରେ ସମସ୍ତଙ୍କୁ ବାଥରୁମରେ ପୁରାଇ ବନ୍ଦ କରି ରଖିଲେ। ରାକେଶଙ୍କ ଆଲମାରୀ, ଟ୍ରଙ୍କ ଖୋଲି ସୁନା ଅଳଙ୍କାର ନେଇ ଚାଲିଗଲେ । ଡକାୟତ ମାନେ ଓଡ଼ିଆ ହିନ୍ଦୀରେ କଥା ହେଉଥିଲେ।

ଏଭଳି ଏକ ଘଟଣା ପରେ ଏନେଇ ପୋଲିସରେ ଏତଲା ଦେଲେ ଇଞ୍ଜିନିୟର । ଏତଲା ଆଧାରରେ ଡିସିପି, ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ବହୁତ ମାତ୍ରାରେ ଏହି ଡକାୟତ ମାନେ କାୟା ବିସ୍ତାର କରିଛନ୍ତି । ଆପଣ ଖାଲି ରାତି ନୁହେଁ ଦିନରେ ବି ସଜାଗ ହୋଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.