Below header

ସିଡିଏମଓଙ୍କ ୨ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀର ଆଜି ଶେଷ ଦିନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଚାଲିଥିବା ସିଡିଏମଓଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା କରାଯିବ । ସ୍ୱାସ୍ଥ୍ୟବିଭାଗର ଶହେ ଦିନିଆ କାର୍ଯ୍ୟକ୍ରମ ନେଇ ଖସଡ଼ା ପ୍ରସ୍ତୁତ । ସ୍ୱାସ୍ଥ୍ୟ ବିଭାଗ ଭିଜନ୍‌-୨୦୨୫ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶ ଲୋଡ଼ାଯାଇଛି । ଖୁବଶୀଘ୍ର ଏହାକୁ ଲାଗୁ କରାଯିବ । ଗତକାଲି ସମ୍ମିଳନୀ ପରେ ଏହା କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ପ୍ରୟାସ ଜାରି ରହିଛି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.