ବିଶ୍ୱକପରେ ହାଇ ଭୋଲଟେଜ଼ ମୁକାବିଲା : ବିଫଳତାର ସ୍ବାଦ ଚାଖିଲା ଦକ୍ଷିଣ ଆଫ୍ରିକା ,୪ ୱିକେଟରେ ବିଜୟୀ ହେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ଆଇସିସି ବିଶ୍ଵକପ୍-୨୦୧୯ର ୨୫ତମ ମ୍ୟାଚ୍ ବୁଧବାର ଇଂଲଣ୍ଡ ବର୍ମିହାମର ଏଜବେଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ସାମ୍ନାସାମ୍ନୀହୋଇଛନ୍ତି । ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।

ବର୍ଷା ଯୋଗୁଁ ମ୍ୟାଚ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ ଓଭର ସଂଖ୍ୟା ୪୯କୁ ହ୍ରାସ କରିଦିଆଯାଇଥିଲା ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୯ ଓଭରରେ ୬ ୱିକେଟ୍  ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୪୨ରନର ବିଜୟ ଲକ୍ଷ୍ୟ ରଖିଥିଲା। ଏହି ରନକୁ ପିଛା କରି ନ୍ୟୁଜିଲାଣ୍ଡ ୪୮.୩ ଓଭରରେ ୬ଓ୍ବିକେଟ ହରାଇ ୨୪୨ରନ୍ ହାସଲ କରିଛି। ଦୁଇ ଦଳ ମଧ୍ୟ୍ୟ ରେ କଡା ମୁକାବିଲା ହୋଇଥିବା ବେଳେ ଶେଷକୁ ବାଜି ମାରିଥିଲା ନ୍ୟୁଜିଲାଣ୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.