ବାପା ବିକୁଥିଲେ ଜଳଖିଆ, ପୁଅହେଲେ ଓଜେଇ ଟପ୍ପର,ଜାଣନ୍ତୁ ତାଙ୍କର ସଫଳତାର କାହାଣୀ

ଘଟଗାଁ :  କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ଆଗରେ ଅର୍ଥ କେବେ ବାଧକ ସାଜେ ନାହିଁ ।  ଯାହାକୁ ପ୍ରମାଣିତ କରିଛନ୍ତି ଘଟଗାଁ ବ୍ଲକ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା । ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପ୍ରତିକୂଳ ପରିବେଶରେ ରହି ଓଡିଶା ଯୁଗ୍ମ ପ୍ରବେଶିକା ପରିକ୍ଷାର BSc Lateral entry ବିଭାଗରେ ସର୍ବୋଚ ସ୍ଥାନ ଅଳଙ୍କୃତ କରି ସୃଷ୍ଟି କରିଛନ୍ତି ଉଦାହରଣ। ଗୋଟେ ଗରିବ ପରିବାରରୁ ଦିନବେଳେ ଜଳଖିଆ ଦୋକାନରେ ସାହାଯ୍ୟ କରି ଫାଙ୍କା ସମୟରେ ପାଠ ପଢୁଥିବା ଭବାନୀ ଚଳିତ ବର୍ଷ ojee ର  ଟପର ହୋଇଛନ୍ତି। ଭବାନୀ ନିଜ ସଫଳତାର ଶ୍ରେୟ ପିତାମାତା ଓ ଶିକ୍ଷକଙ୍କୁ ଦେଇଛନ୍ତି। ପୁଅର ସଫଳତା ନେଇ ବାପା ମା ଯେତିକି ଖୁସି ଆଗକୁ ପୁଅର ପାଠପଢା ଖର୍ଚ ନେଇ ସେତିକି ଚିନ୍ତାରେ ଅଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.