Below header

କ୍ଷମତା ପରେ ଏବେ ଚନ୍ଦ୍ରବାବୁ ନାଇଡୁଙ୍କ ଘର ଉପରେ ସଙ୍କଟ, କାହିଁକି ଜାଣନ୍ତୁ ?

କ୍ଷମତା ଚାଲିଗଲା, ଏବେ ଘର ବି ଚାଲିଯିବ । ଉଛେଦ ହେବ ଚନ୍ଦ୍ରବାବୁ ନାଇଡୁଙ୍କ ଘର । ବେଆଇନ ଭାବେ ନଦୀ ଶଯ୍ୟାରେ ଚନ୍ଦ୍ରବାବୁ ନାଇଡୁ ଯେଉଁ ଘର ନିର୍ମାଣ କରିଥିଲେ ତାହା ତାଙ୍କୁ ଏବେ ହରାଇବାକୁ ପଡ଼ିବ । ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମନ୍ତ୍ରୀ ଆଲ୍ଲା ରାମକ୍ରିଷ୍ଣା ରେଡ୍ଡୀ ଏହି ଘୋଷଣା କରିବା ପରେ ଆନ୍ଧ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ଏହି ଘରକୁ ବଢାଇବା ପାଇଁ ସେ ଆନ୍ଧ୍ର ପ୍ରଦେଶ ଷ୍ଟେଟ୍ କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି ନିକଟରେ ଆବେଦନ କରିଥିଲେ । ଆଇନ୍ ଅନୁଯାୟୀ ଏହି ଘରର ଉଛେଦ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ରାମକ୍ରିଷ୍ଣା । ଗୁଣ୍ଟୁର ଜିଲ୍ଲାର କ୍ରିଷ୍ଣା ନଦୀ ଶଯ୍ୟାରେ ଚନ୍ଦ୍ରବାବୁ ନାଇଡୁ କରିଥିବା ଏହି ଘର ବିରୋଧରେ ପୂର୍ବରୁ ରାମକ୍ରିଷ୍ଣା ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚନ୍ଦ୍ରବାବୁଙ୍କ ଏହି ଘର ନଦୀ ସଂରକ୍ଷଣ ଆଇନ୍ର ଉଲଂଘନ କରୁଥିବା କୋର୍ଟରେ ଯୁକ୍ତି ରଖିଥିଲେ ରାମକ୍ରିଷ୍ଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.