Below header

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଡ୍ୟାମ ସେଫ୍ଟି କନଫେରନସ୍‌ର ଆଜି ଶେଷ ଦିନ, ଡ୍ୟାମ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର କିଟ୍‌ରେ ଦୁଇ ଦିନିଆ ଅନ୍ତର୍ଜାତୀୟ ଡ୍ୟାମ ସେଫ୍‌ଟି ସମ୍ମିଳନୀ-୨୦୧୯ରେ ବିଚାରବିମର୍ଶ । ଭାଗ ନେଇଛନ୍ତି ଡ୍ୟାମ ବିଶେଷଜ୍ଞ, ବୈଜ୍ଞାନିକ ଓ ଯୋଜନା ପ୍ରଣୟନକାରୀ । ବିଶ୍ୱର ପ୍ରମୁଖ ୩୦ଟି ରାଷ୍ଟ୍ରରୁ ଶହେରୁ ଅଧିକ ବିଶେଷଜ୍ଞ ଡ୍ୟାମ ସୁରକ୍ଷା ଉପରେ ସେମାନଙ୍କ ମତାମତ ରଖୁଛନ୍ତି । ସାରା ବିଶ୍ୱରେ ବୃହତ୍‌ ଡ୍ୟାମ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ତୃତୀୟ । ଦେଶରେ ୫ହଜାର ୨ଶହ ୬୪ଟି ବୃହତ ଡ୍ୟାମ କାର‌୍ୟ୍ୟକ୍ଷମ ଥିବା ବେଳେ ୪୩୭ଟି ନିର୍ମାଣ କାମ ଚାଲିଛି । ୨୦୯ଟି ଡ୍ୟାମ ଶହେ ବର୍ଷ ତଳର । ଯେଉଁଥିରୁ ଅଧିକାଂଶ ଡ୍ୟାମର ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା । ବିଶ୍ୱବ୍ୟାଙ୍କ ସହାୟତାରେ ଡ୍ୟାମ ରିହାବିଲେଟସନ ଆଣ୍ଡ ଇମପ୍ରୁଭମେଣ୍ଟ ପ୍ରୋଜେକ୍ଟସ-ଡ୍ରିପ୍‌ସରେ ଓଡ଼ିଶାର ହୀରାକୁଦ ସମେତ ୨୬ଟି ବୃହତ ଡ୍ୟାମର ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଖର୍ଚ୍ଚ କରାଯାଉଛି । ହୀରାକୁଦର ୯୬ଟି ଗେଟକୁ ସ୍ୱୟଂଚାଳିତ କରାଯିବ । ହୀରାକୁଦ ପ୍ରତି ବର୍ତ୍ତମାନ ବିପଦ ନଥିବା କେନ୍ଦ୍ର ଜଳସଂପଦ ସଚିବ କହିଛନ୍ତି ।

dam safetyଡ୍ୟାମ ସୁରକ୍ଷା କ୍ଷେତ୍ରରେ ଦୀର୍ଘମିଆଦି ଯୋଜନାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଡ୍ୟାମ ସୁରକ୍ଷା ପାଇଁ ଦେଖାଦେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ଓ ରକ୍ଷଣାବେକ୍ଷଣ ପାଇଁ ସର୍ବୋତ୍ତମ ଜ୍ଞାନକୌଶଳର ବିନିଯୋଗ କିପରି କରାଯାଇପାରିବ ତାହା ହେଉଛି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ମୂଳ ଲକ୍ଷ୍ୟ । ଏଥିରେ ଇଣ୍ଟରନାସନାଲ କମିଶନ ଅନ ଲାର୍ଜ ଡ୍ୟାମସର ସଭାପତି ମାଇକେଲ ଏଫ. ରୋଜର୍ସ ଓ ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡିରେକ୍ଟର ଜୁନୈଦ କମଲ ଅହମ୍ମଦଙ୍କ ସମେତ ଅନ୍ତର୍ଜାତୀୟ ସ୍ତରର ବହୁ ବିଶେଷଜ୍ଞ ଭାଗ ନେଇଛନ୍ତି । ସମ୍ମିଳନୀର ସୁପାରିସଗୁଡ଼ିକ ବହୁ ଗୁରୁତ୍ୱ ବହନ କରେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.