ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ , ଛାତ୍ରୀଙ୍କୁ ଅସଦାଚାରଣ କରି ନିସ୍ତୁକ ମାଡ ଖାଇଲେ ଶିକ୍ଷକ

ନୟାଗଡ଼(କେନ୍ୟୁଜ୍) : ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଛାତ୍ରୀଙ୍କୁ ଅସଦାଚାରଣ କରି ବନ୍ଧାହେଲେ ଶିକ୍ଷକ। ନୟାଗଡ଼ ବିଜିପୁର ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ଟ୍ୟୁସନ କରିବା ବାହାନାରେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଖେଳ ଶିକ୍ଷକ ବିଶ୍ୱନାଥ ମୁଦୁଲିଙ୍କ ନିକଟକୁ ଛାତ୍ରୀ ଜଣକ ଟ୍ୟୁସନ ଯାନ୍ତି। ହେଲେ ବିଶ୍ୱନାଥ ଛାତ୍ରୀଙ୍କୁ ଅନ୍ୟ ଏକ ରୁମ୍କୁ ଡାକିନେଇ ଅସଦାରାଣ କରିଥିଲେ। ଆଉ ଏକଥା ଘରେ ନକହିବା ପାଇଁ ଧମକ ବି ଦେଇଥିଲେ। ହେଲେ ଛାତ୍ରୀ ଜଣକ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ଆଗରେ କାନ୍ଦି କାନ୍ଦି ସମସ୍ତ କଥା କହିଥିଲେ। ପରେ ଗାଁଲୋକ ଶିକ୍ଷକ ବିଶ୍ୱନାଥ ମୁଦୁଲିଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା।