ଭବାନୀପାଟଣା : ପୋଲିସ-ମାଓବାଦୀ ମୁହାଁମୁହିଁ , ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ ବୋମା, ୨ଟି ଡିଟୋନଟେର ଜବତ

ଭବାନୀପାଟଣା(କେନ୍ୟୁଜ୍) : ଭବାନୀପାଟଣା ସଦର ଥାନା ସୁଲିଆ ଗାଁ କତେଲଘାଟିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୧୦ରୁ ୧୨ ଜଣ ମାଓବାଦୀ ଓ କିଛି ମିଲିସିଆ ବୈଠକ କରିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ଚମ୍ପଟ ମାରିଥିଲେ ମାଓବାଦୀ । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ ବୋମା, ୨ଟି ଡିଟୋନଟେର ଜବତ କରାଯାଇଛି । ଏହାସହ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.