Below header

ଧନ ଗଲା ଜୀବନ ଗଲା, ପଞ୍ଚଭୂତରେ ଲୀନ ହେଲା ଅଭିଷେକଙ୍କ ପାର୍ଥିବ ଶରୀର

ବାସୁଦେବପୁର(କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ଅଭିଷେକଙ୍କ ପାର୍ଥିବ ଶରୀର । ନିଜ ଗାଁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଷେକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନର ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ।  କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ ।

ଇକମୋ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା । ଅଭିଷେକଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ବିବାହର ୮ ଦିନ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ କରୋନା ସଂକ୍ରମିତ । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଇକମୋ ଚିକିତ୍ସା ଆବଶ୍ୟକତା ପଡିଥିଲା । ଚିକିତ୍ସା ପାଇଁ ଅର୍ଥ ରାଶି ଯୋଗାଡ଼ କରିବା ପରିବାର ଲୋକଙ୍କ ପାଇଁ ଜଟିଳ ଥିଲା । ନବ ବିବାହିତା ପତ୍ନୀଙ୍କ ଆକୁଳ ନିବେଦନ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ମାତ୍ର ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ ହୋଇପାରିଥିଲା । କିନ୍ତୁ ଏତେ ସବୁ ପରେ ବି ବଞ୍ଚିଲାନି ଅଭିଷେକଙ୍କ ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.