Below header

ଏଣିକି ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଫୋନରେ କାମ କରିବନି ହ୍ଵାଟସଆପ୍, ଜାଣନ୍ତୁ କାହିଁକି

ମେସେଜିଂ ଆପ୍ ହ୍ବାଟ୍‌ସ ଆପ୍ ହେଉଛି ଲୋକପ୍ରିୟ ଆପ୍ଲିକେସନ । ବର୍ତ୍ତମାନ ଏହି ଆପକୁ ବିଶ୍ବର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଏହାର ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନୂତନ ଫିଚର ଦେବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଆପରେ ଅପଡେଟ୍ ଆଣିଥାଏ। ତେବେ ଆପଣ ଜାଣନ୍ତି କି ଖୁବ୍ ଶୀଘ୍ର ଅନେକ ମୋବାଇଲ୍‌ରେ ଆଉ ହ୍ବାଟସଆପ କାମ କରିବ ନାହିଁ । ଏହା ସହିତ, ଆପ୍ ବନ୍ଦ ହେବାପରେ ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ଚାଟ୍ ଦେଖିବାକୁ ମଧ୍ୟ ସମର୍ଥ ହେବେ ନାହିଁ।

କାହିଁକି ଏବଂ କେଉଁ ଫୋନରେ ହ୍ବାଟ୍‌ସ ଆପ୍ ସୁବିଧା ଆଉ ଉପଲବ୍ଧ ହେବ ନାହିଁ:

ରିପୋର୍ଟ ଅନୁଯାୟୀ ଯେଉଁମାନେ ସ୍ମାର୍ଟଫୋନ୍ ଅପଡେଟ୍ କରିନାହାଁନ୍ତି ସେମାନେ ହ୍ବାଟ୍‌ସ ଆପ୍ ଅରପ୍‌କୁ ହରାଇ ପାରନ୍ତି। ଯଦି ଆପଣଙ୍କର ଫୋନ୍ ଏକ ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଛି, ତେବେ ହ୍ବାଟସଆପ ଶୀଘ୍ର ଆପଣଙ୍କ ଫୋନରେ ଚାଲିବା ବନ୍ଦ ହୋଇପାରେ । ନିର୍ମାତାମାନେ ଅପରେଟିଂ ସିଷ୍ଟମର ଉପରୋକ୍ତ ସଂସ୍କରଣରେ ଅପ୍‌ଡେଟ କରିବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଯେଉଁମାନେ ଅପଡେଟ୍ କରି ନାହାନ୍ତି ସେମାନଙ୍କୁ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ପଡିବ କିମ୍ବା ହ୍ବାଟ୍‌ସ ଆପ୍ ବ୍ୟତୀତ ଏକ ଆପ୍ଲିକେସନ୍ ଖୋଜିବାକୁ ପଡିବ। ନଚେତ୍‌ ସେମାନେ ଆଉ ହ୍ବାଟ୍‌ସ ଆପ୍‌ ବ୍ୟବହାର କରିପାରିବେ ନାହିଁ। ୪୦ ରୁ ଅଧିକ ମୋବାଇଲ୍ ଫୋନ୍ ଅଛି ଯେଉଁଥିରେ ହ୍ବାଟ୍‌ସ ଆପ୍ କାମ କରିବା ବନ୍ଦ କରିଦେବ। ଏହି ଫୋନ୍ ଗୁଡିକ ମଧ୍ୟରେ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଫୋନ ଅନ୍ତର୍ଭୁକ୍ତ ରହିଛି । ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ ୪.୦.୪ ଏବଂ ପୁରୁଣା ସ୍ମାର୍ଟଫୋନ୍ ଚଳାଉଥିବା ବ୍ୟବହାରକାରୀମାନେ ହ୍ବାଟ୍‌ସ ଆପ୍ ସୁବିଧା ପାଇପାରିବେ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.