Below header

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର…, ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଯିଏ ସେ ହେଉଛନ୍ତି ଗୁରୁ । ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ଯିଏ ରଖନ୍ତି ସେ ହେଉଛନ୍ତି ଗୁରୁ। କେବଳ ପାଠପଢିବା କ୍ଷେତ୍ରରେ ନୁହେଁ, ଗୀତ, ନାଚ ହେଉ ଅବା ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୁଖ୍ଯ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଶିକ୍ଷକ ହେବା ସହ ସ୍ବତନ୍ତ୍ର ଭାରତର ପ୍ରଥମେ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଦାର୍ଶନିକ ଏବଂ ଶିକ୍ଷକ ଥିଲେ। ଏହା ବ୍ୟତୀତ ଶିକ୍ଷା ସହ ସେ ସର୍ବଦା ଯୋଡି ହୋଇ ରହିଥିଲେ।

ଆଜି ହେଉଛି ପବିତ୍ର ଗୁରୁ ଦିବସ। ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ।

ଗୁରୁ ଦିବସର ଇତିହାସ:

ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯେତେବେଳେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ସାଙ୍ଗମାନେ ଆୟୋଜନ କରିବା ପାଇଁ କହିଥିଲେ ସେହି ସମୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ କହିଥିଲେ ତୁମେ ସବୁ ମୋ ଜନ୍ମଦିନ ପାଳନ କରିବା ପାଇଁ ଚାହୁଁଛ ଏହା ସବୁଠାରୁ ଖୁସିର କଥା କିନ୍ତୁ ଏହି ଦିନକୁ ଯଦି ଆମେମାନେ ଶିକ୍ଷା କ୍ଷେତ୍ରରେ ଯୋଗଦାନ, ସମର୍ପଣ ଏବଂ ଶିକ୍ଷକମାନଙ୍କ ପରିଶ୍ରମକୁ ସମ୍ମାନିତ କରି ତାଙ୍କ ଉଦ୍ଦେଶ୍ୟରେ ପାଳନ କରିବା ତେବେ ମୁଁ ଆହୁରି ଖୁସି ହେବି। ତାଙ୍କର ଏହି ଇଛାକୁ ଧ୍ୟାନରେ ରଖି ୧୯୬୨ ମସିହାରୁ ସେପ୍ଟେମ୍ବର ମାସ ୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।

ଜାଣନ୍ତୁ ୫ ସେପ୍ଟେମ୍ବରରେ କାହିଁକି ପାଳନ କରାଯାଇଥାଏ ଗୁରୁଦିବସ:

୧୯୫୪ ମସିହାରେ ଶିକ୍ଷା ଏବଂ ରାଜନୀତିରେ ନିଜର ଯୋଗଦାନ ପାଇଁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଭାରତ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେ ରାଜନୀତିରେ ଅସୀମ ହେବା ପରେ ହିଁ ନିଜେ ନିଜକୁ ଶିକ୍ଷକ ରୂପେ ଗ୍ରହଣ କରିଥିଲେ। ଏହିକାରଣରୁ ୫ ସେପ୍ଟେମ୍ବର ତାଙ୍କ ଜନ୍ମଦିନକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.