Below header

ତସ୍ମୈ ଶ୍ରୀ ଗୁରବେ ନମଃ, “ଶିକ୍ଷା”କୁ ନେଇ ଡଃ ରାଧାକୃଷ୍ଣନଙ୍କ କିଛି ଅମୂଲ୍ୟ ବାଣୀ

ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଓ ସେମାନଙ୍କୁ ଏକ ସୁନାଗରିକ ଭାବେ ଗଢିବା ପାଇଁ ଜ୍ଞାନ ଦେଇଥାନ୍ତି ଶିକ୍ଷକ ମାନେ । ସେ ବିଦ୍ୟାଳୟ ସ୍ତରରେ ହେଉ ଅବା ମହାବିଦ୍ୟାଳୟ କିମ୍ବା ବିଶ୍ବ ବିଦ୍ୟାଳୟ ସ୍ତରରେ ହେଉ ସବୁଠି ଜଣେ ଉତ୍ତମ ଶିକ୍ଷକଙ୍କର ଏକ ବିଶେଷ ମହତ୍ତ୍ୱ ରହିଛି ।  ଆଉ ସେହି ଜ୍ଞାନ ଜରିଆରେ ପିଲାମାନେ ଜୀବନର ପ୍ରକୃତ ଅର୍ଥ ବୁଝିବା ସହ ନିଜ ଜୀବନରେ ବି ତାହାକୁ ଉପଯୋଗ କରିଥାନ୍ତି । ଆଉ ତାହାରି ଜରିଆରେ ହିଁ ଜୀବନର ନାନାଦି ବାଧାବିଘ୍ନକୁ ସାମ୍ନା କରି ସଫଳତା ଅର୍ଜନ କରିଥାନ୍ତି । ସେହି ଅମୁଲ୍ୟ ଜ୍ଞାନକୁ ଉପଯୋଗ କରି ହିଁ ଜଣେ ସଫଳ ମଣିଷରେ ପରିଣତ ହୋଇଥାନ୍ତି । ଥରେ ଭାବନ୍ତୁ ତ ଯଦି ଏହି ସଂସାରରେ ଗୁରୁ କିମ୍ବା ଶିକ୍ଷକ ନଥାନ୍ତେ ତେବେ କଣ ହୋଇଥାନ୍ତା । ଯାହାର କଳ୍ପନା କରିବା ମାତ୍ରେ ହିଁ ଅଜବ ଲାଗୁଛି ନା । ସେମିତି ଏକ କଳ୍ପନା କରିବା ଆମ ପାଇଁ ଏକ ବିରାଟ ଭୁଲ ହେବ ନିଶ୍ଚିନ୍ତ । ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଶିକ୍ଷାକୁ ନେଇ ଅନେକ ଅମୁଲ୍ୟ ବିଚାର ଦେଇଛନ୍ତି । ଯାହାଙ୍କ ଜନ୍ମ ଦିବସକୁ ଜାତୀୟ ଶିକ୍ଷକ ଦିବସ ରୂପେ ପାଳନ କରାଯାଇ ଆସୁଛି । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥିବା ବେଳେ ଶିକ୍ଷାକୁ ହିଁ ନିଜ ଜୀବନରେ ସବୁଠୁ ଅଧିକ ମହତ୍ତ୍ୱ ଦେଇଥିଲେ । ତେବେ ଆସନ୍ତୁ ଆଜିର ଶିକ୍ଷକ ଦିବସରେ ରାଧାକୃଷ୍ଣନଙ୍କ କିଛି ଅମୁଲ୍ୟ ବାଣୀ ବାବଦରେ ଜାଣିରଖିବା ।

teachers day

image credit: The Indian Express

– ଶିକ୍ଷକ ସେ ନୁହନ୍ତି ଯେଉଁମାନେ ଛାତ୍ର ମାନଙ୍କ ମୁଣ୍ଡରେ ଜବରଦସ୍ତ ଭାବରେ ବିଭିନ୍ନ ତଥ୍ୟ ଭର୍ତ୍ତି କରିବାକୁ ଚେଷ୍ଟା କରନ୍ତି । ପ୍ରକୃତ ଗୁରୁ ସିଏ ଯେ ଆସନ୍ତା କାଲିର ବିପତ୍ତି ସହ ଲଢ଼ିବାକୁ ଛାତ୍ର ମାନଙ୍କୁ ପ୍ରସ୍ତୁତ କରନ୍ତି ।

– ପୁସ୍ତକ ପଢିବା ଦ୍ୱାରା ଆମକୁ ଏକାନ୍ତରେ ବିଚାର କରିବା ପାଇଁ ଶକ୍ତି ମିଳିବା ସହ ଏକ ଅଜବ ଆନନ୍ଦ ମିଳିଥାଏ ।

– ଶିକ୍ଷା ଦ୍ୱାରା ହିଁ ମାନବ ମସ୍ତିଷ୍କର ସଦୁପଯୋଗ ହୋଇଥାଏ । ତେଣୁ ସମ୍ପୂର୍ଣ୍ଣ ବିଶ୍ୱକୁ ଏକ ବୋଲି ଧରି ଶିକ୍ଷା ଗ୍ରହଣ କରିବା ଉଚିତ ।

– ପୁସ୍ତକ ହେଉଛି ସେହି ସାଧନ, ଯାହା ମାଧ୍ୟମରେ ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନ କରିହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.