ମା’ ବାପାଙ୍କ ପରେ ଯିଏ ଶିଶୁକୁ ଉତ୍ତମ ମାର୍ଗର ପଥିକ କରେ ସେ ‘ଗୁରୁ’, ସେମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନଟିଏ ଗୁରୁ ଦିବସ

କେନ୍ୟୁଜ୍(ବ୍ୟୁରୋ):ଆଜି ଗୁରୁ ଦିବସ। ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନଟିଏ। ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଏ । ପୂର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ସବୁଠି ଗୁରୁ ପୂଜନ ପରମ୍ପରାକୁ ପାଳନ କରାଯାଉଛି।
ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ପବିତ୍ର ଗୁରୁ ଦିବସ ଭାବେ ପାଳନ କରାଯାଏ। ମାଆ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି। ଅନୁଶାସନ ଭିତରେ ରହିବାକୁ ଆମକୁ ଶିକ୍ଷା ଦିଅନ୍ତି। ପ୍ରତିବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁ ଦିବସକୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ ମହାମାରୀ ପାଇଁ କରୋନା କଟକଣା ଭିତରେ ପାଳନ କରାଯାଉଛି ଦିବସ।
ପବିତ୍ର ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି। ଅଜ୍ଞାନତା ଦୂର କରି ଜ୍ଞନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ପବିତ୍ର ଗୁରୁଦିବସ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ ବିଶିଷ୍ଟ ଦାର୍ଶନିକ , ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।