Below header

ମୟୂରଭଞ୍ଜ: ଓକିଲ ସଂଘ ବ୍ୟବହାର କରୁଥିବା ଅସୁରକ୍ଷିତ ପୁରୁଣା କୋର୍ଟ ବିଲ୍ଡିଂକୁ ତାଲା ପକାଇଦେଲେ ଉପଜିଲ୍ଲାପାଳ , ପ୍ରତିବାଦରେ ତାତିଲା ଓକିଲ ସଂଘ

ମୟୂରଭଞ୍ଜ(କେନ୍ୟୁଜ୍):  ପୁରୁଣା କୋର୍ଟ ଗୃହକୁ ନେଇ ଓକିଲ ସଂଘ ଓ ଉପଜିଲ୍ଲାପାଳ ମୁହାଁମୁହିଁ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଅଭାବନୀୟ ପରିସ୍ଥିତି। ଓକିଲ ସଂଘ ବ୍ୟବହାର କରୁଥିବା ପୁରୁଣା କୋର୍ଟ  ବିଲ୍ଡିଂ  ଅସୁରକ୍ଷିତ ଘୋଷଣା ହେବା ପରେ ମଧ୍ୟ ଏହାକୁ ବ୍ୟବହାର କରିଆସୁଥିଲେ। କିନ୍ତୁ ଉପଜିଲ୍ଲାପାଳ ଅଚାନକ ଏହାକୁ ବନ୍ଦ କରି ତାଲା ପକାଇଦେବା ପରେ ଉତ୍ତ୍ୟକ୍ତ ହୋଇଥିଲା ଓକିଲ ସଂଘ। ଉପଜିଲ୍ଲାପାଳଙ୍କ ମନମୁଖୀ ଶାସନ ପ୍ରତିବାଦରେ ଉଦଳା ବାର ଆସୋସିଏସନ ବିକ୍ଷୋଭ ପ୍ରଦର୍ଶନ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ଟି ଗେଟକୁ ତାଲା ପକାଇ ଦେଇଥିଲେ।

ଦୀର୍ଘ ସମୟ ଧରି କୋର୍ଟ ପରିସରରେ ଉତ୍ତେଜନା ଲାଗି ରହିବା ପରେ ଓକିଲଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଓକିଲ ସଂଘ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଜିଦ୍‌ରେ ଅଟଳ ରହିଥିଲେ। ଓକିଲ ସଂଘ ବେଆଇନ ଭାବେ ଅସୁରକ୍ଷିତ କୋଠାରେ ଚାବି ଭାଙ୍ଗିବାକୁ ଉଦ୍ୟମ କରୁଥିବା ଉପଜିଲ୍ଲାପାଳ କହିଛନ୍ତି। ସେପଟେ ଚାବି ଖୋଲା ନଗଲେ ଆନ୍ଦୋଳମନ ଆହୁରି ତୀବ୍ର ହେବ ବୋଲି ଓକିଲ ସଂଘ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.