Below header

ଶାଶୂଙ୍କୁ ମାରିବା ପାଇଁ ସୁପାରୀ କିଲର ଲଗାଇଥିଲା ଜ୍ୱାଇଁ, ୪ ଅଭିଯୁକ୍ତଙ୍କୁ ଗିରଫ କଲା ନୂଆପଡ଼ା ପୋଲିସ

ନୂଆପଡ଼ା(କେନ୍ୟୁଜ୍): ଶାଶୂଙ୍କୁ ମାରିବା ପାଇଁ ସୁପାରୀ ଦେଇଥିଲା ଜ୍ୱାଇଁ । ହତ୍ୟା ପାଇଁ ହୋଇଥିଲା ଡିଲ୍‌ । ନୂଆପଡା ଜିଲ୍ଲା ଢାବା ମାଲିକାଣୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ନୂଆପଡ଼ା ଥାନା ପୋଲିସ । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଢାବା ମାଲିକାଣୀଙ୍କ ଜ୍ୱାଇଁ, ଜ୍ୱାଇଁର ବଡ଼ଭାଇ ଓ ଦୁଇ ଜଣ ସାର୍ପ ସୁଟରଙ୍କୁ ହତ୍ୟାର ୧୧ ଦିନ ପରେ ଗିରଫ କରିଛି ଖଡିଆଳ ଥାନା ପୋଲିସ । ଜୁଲାଇ ୩୧ ତାରିଖ ରାତିରେ ଡୁଆଝର ଗାଁର ଢାବା ମାଲିକାଣୀ ବାସନ୍ତୀ ମେହେରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ହତ୍ୟା ପାଇଁ ଜ୍ୱାଇଁ ମୀନକେତନ ବୁର୍ଲାର ଦୁଇ ଜଣ ସାର୍ପ ସୁଟରଙ୍କୁ ୬ଲକ୍ଷ ଟଙ୍କା ଡିଲ୍‌ କରିଥିଲା । ଅଗ୍ରୀମ ଆକାରରେ ଦେଇଥିଲେ ୨ଲକ୍ଷ ଟଙ୍କା ସୁପାରୀ । ପାରିବାରିକ କଳହକୁ ବାସନ୍ତୀ ମେହେରଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । ୨ଟି ସ୍ୱତନ୍ତ୍ର ଟିମ୍‌ ଝାରସୁଗୁଡାରୁ ମୀନକେତନ ମେହେରକୁ ଉଠାଇ ଜେରା କରିବା ପରେ ସେ ସତ ମାନି ଯାଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ, ନଗଦ ୯୦ ହଜାର ଟଙ୍କା ଜବତ ହୋଇଛି । ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ମୃତ ବାସନ୍ତୀଙ୍କ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.